ETV Bharat / bharat

ଦିଲ୍ଲୀ ବୁରାରି ହସ୍ପିଟାଲରେ ମିଳିବ କୋଭିଡ୍ ଚିକିତ୍ସା

150 ଶଯ୍ୟା ବିଶିଷ୍ଟ ବୁରାରି ହସ୍ପିଟାଲକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ COVID-19 ଡାକ୍ତରଖାନା ଭାବରେ 450 ଶଯ୍ୟା ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛନ୍ତି ।

450 ଶଯ୍ୟା ବିଶିଷ୍ଟ ଦିଲ୍ଲୀ ବୁରାରୀ ହସ୍ପିଟାଲରେ ମିଳିବ କୋଭିଡ୍ ସୁବିଧା

author img

By

Published : Jun 28, 2020, 7:43 PM IST

ନୂଆଦିଲ୍ଲୀ: ନିର୍ମାଣାଧୀନ 450 ଶଯ୍ୟା ବିଶିଷ୍ଟ ବୁରାରୀ ଡାକ୍ତରଖାନାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ COVID-19 ଡାକ୍ତରଖାନା କରିବାକୁ ମନ୍ତ୍ରୀ ପରିଷଦ ଶନିବାର ଅନୁମୋଦନ କରିଛନ୍ତି । ଅତି କମ୍ ସମୟ ମଧ୍ୟରେ 150 ଶଯ୍ୟା ବିଶିଷ୍ଟ ବୁରାରି ହସ୍ପିଟାଲକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ COVID-19 ଡାକ୍ତରଖାନା ଭାବରେ 450 ଶଯ୍ୟା ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଥିବା ବୋଲି ଦିଲ୍ଲୀ ସରକାର କହିଛନ୍ତି ।

ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଦିଲ୍ଲୀ ସରକାର ହୋଟେଲ ଏବଂ ବଙ୍କୱେଟ ହଲରେ 13,500 ଶଯ୍ୟା ପ୍ରସ୍ତୁତ କରିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ, ଦୈନିକ ପ୍ରାୟ 3000 ନୂତନ ମାମଲା ରିପୋର୍ଟ ସତ୍ତ୍ବେ ଦଖଲ ହୋଇଥିବା ଶଯ୍ୟା ସଂଖ୍ୟା ପ୍ରାୟ 6,000 ହୋଇଛି । ବର୍ତ୍ତମାନ, ଦିଲ୍ଲୀରେ 13,500ରୁ ଅଧିକ ଶଯ୍ୟା ପ୍ରସ୍ତୁତ ଅଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁରାରୀରେ ଅବସ୍ଥିତ ଏକ ଡାକ୍ତରଖାନାରେ ଶଯ୍ୟା ବୃଦ୍ଧି ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.