ETV Bharat / bharat

ହିମାଚଳପ୍ରଦେଶ ଚାଷୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ

author img

By

Published : Dec 27, 2020, 10:20 PM IST

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହିମାଚଳ ପ୍ରଦେଶରେ କୃଷି ବିଲକୁ ନେଇ ସେଠାକାର କୃଷକଙ୍କୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

ହିମାଚଳ ପ୍ରଦେଶ ଚାଷୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ , ଭ୍ରମିତ ନହୋଇ ଭରସା ରଖିବାକୁ ନିବେଦନ

ସିମଲା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହିମାଚଳପ୍ରଦେଶର କୃଷକଙ୍କୁ କୃଷି ବିଲକୁ ନେଇ ଅପିଲ କରିଛନ୍ତି । ଏହି ଅବସରରେ ରାଜନାଥ କହିଛନ୍ତି ଯେ ଏହି ନୂଆ କୃଷି ଆଇନ ଚାଷୀଙ୍କ ଆୟକୁ 2ଗୁଣା କରିବା ପାଇଁ ପ୍ରତିଶୃତିବଦ୍ଧ । ଆହୁରି ମଧ୍ୟ ସେ କହିଛନ୍ତି ଆଗାମୀ ଏକରୁ ଦେଢ ବର୍ଷ ମଧ୍ୟରେ ଏହି ଆଇନର ସୁଫଳ ବାବଦରେ ଚାଷୀମାନେ ଜାଣିପାରିବେ । ଚାଷୀଙ୍କ ଆୟ ଦୁଇଗୁଣା କରିବା ଲକ୍ଷରେ ବହୁ ବିଚାର ବିମର୍ଶ କରି ଏହି ସଂସ୍କାର ମୂଳକ ଆଇନ ଆଣିଛି କେନ୍ଦ୍ର ସରକାର । ତେଣୁ ଏହାର ସୁଫଳ ପାଇବାକୁ ହେଲେ ଆମକୁ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ଏହି ଆଇନର କିଛି ସର୍ତ୍ତାବଳୀକୁ ନେଇ ଚାଷୀ ଭାଇଙ୍କର ରହିଥିବା ବିରୋଧ ଓ ଅସନ୍ତୋଷ ବାବଦରେ ସରକାର ଆଲୋଚନା କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ପଡିଲେ ସରକାର କଥାବାର୍ତା ମାଧ୍ୟମରେ ସଂଶୋଧନ ମଧ୍ୟ କରିପାରନ୍ତି ବୋଲି ସେ ହିମାଚଳ ପ୍ରଦେଶ ଚାଷୀଙ୍କୁ ଭରସା ଦେଇଛନ୍ତି ରାଜନାଥ ।

ଚାଷୀ ଭାଇଙ୍କ ଜମିକୁ କେହି ଛଡାଇ ପାରିବେ ନାହିଁ କି ସେମିତି କିଛି ପ୍ରାବଧାନ ଏହି ନୂଆ କୃଷି ଆଇନରେ ନଥିବା କଥା ସେ ସ୍ପଷ୍ଟ କରିଛନ୍ତି । ତେବେ ଏପରି ଭୁଲ ତଥ୍ୟ ପ୍ରଘଟ କରାଯାଇ ଚାଷୀଙ୍କୁ ଭ୍ରମିତ କରାଯାଇ ଏହି ଆନ୍ଦୋଳନକୁ ବ୍ୟାପକ କରାଯାଉଛି । ଚାଷୀ ମାନେ ଏହି ଷଡଯନ୍ତ୍ରକୁ ବୁଝିବା ଆବଶ୍ୟକ ଓ ଏ ସବୁରେ ଭ୍ରମିତ ନହୋଇ ସରକାରଙ୍କ ଉପରେ ଆସ୍ଥା ରଖିବାକୁ ସେ ଚାଷୀ ମାନଙ୍କୁ ନିବେଦନ କରିଛନ୍ତି ।

ଏହି ସାଧାରଣ ସଭାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ରାଜନାଥ । ଏହି ଅବସରରେ ହିମାଚଳ ପ୍ରଦେଶରେ ଜୟରାମ ଠାକୁରଙ୍କ ନେତୃତ୍ବରେ ବିଜେପି ସରକାରର 3 ବର୍ଷ ପୁର୍ତ୍ତି ଅବସରରେ ସେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଧନ୍ୟବାଦ ଦେବା ସହ ହିମାଚଳ ପ୍ରଦେଶର ବାସିନ୍ଦା ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.