ETV Bharat / bharat

'ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ ହେବାରୁ ବିଶ୍ବର କୌଣସି ଶକ୍ତି ରକ୍ଷା କରିପାରିବ ନାହିଁ' - rajnath singh warns pakistan

ସମୟ ଥାଉ ଥାଉ ପାକିସ୍ତାନ  ଆତଙ୍କବାଦ ଉପରେ ରୋକ ଲଗାଉ । ନଚେତ ତାକୁ ଖଣ୍ଡ ବିଖଣ୍ଡିତ ହେବାରୁ ବିଶ୍ବର କୌଣସି ବି ଶକ୍ତି ରକ୍ଷା କରି ପାରିବ ନାହିଁ ବୋଲି ରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 15, 2019, 9:34 AM IST

ଗାନ୍ଧୀନଗର : ଆତଙ୍କବାଦ ପ୍ରସଙ୍ଗକୁ ନେଇ ପୁଣିଥରେ ପାକିସ୍ତାନକୁ ଚେତାବନୀ ଦେଲେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସମୟ ଥାଉ ଥାଉ ପାକିସ୍ତାନ ଆତଙ୍କବାଦ ଉପରେ ରୋକ ଲଗାଉ । ନଚେତ ତାକୁ ଖଣ୍ଡ ବିଖଣ୍ଡିତ ହେବାରୁ ବିଶ୍ବର କୌଣସି ବି ଶକ୍ତି ରକ୍ଷା କରି ପାରିବ ନାହିଁ ବୋଲି ସେ କହିଛନ୍ତି ।

ସୁରଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ ସିଂହ କହିଛନ୍ତି, ଧର୍ମକୁ ନେଇ ରାଜନୀତି କରୁଥିବା ପାକିସ୍ତାନ 1971 ମସିହାରେ ଦୁଇ ଭାଗ ହୋଇଯାଇଥିଲା ଏବଂ ବାଙ୍ଗଲାଦେଶର ଗଠନ ହୋଇଥିଲା । ଯଦି ପାକିସ୍ତାନ ଏବେ ମଧ୍ୟ ଧର୍ମକୁ ନେଇ ରାଜନୀତି କରିବା ବନ୍ଦ ନକରେ । ଯଦି ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନକରେ, ତାହେଲେ ତାକୁ ଖଣ୍ଡ ବିଖଣ୍ଡିତ ହେବାରୁ ବିଶ୍ବର କୌଣସି ମଧ୍ୟ ଶକ୍ତି ରକ୍ଷା କରି ପାରିବ ନାହିଁ ବୋଲି ସେ କହିଛନ୍ତି ।

ଭାରତ ଉପରେ ମାନବଅଧିକାର ହନନ ଅଭିଯୋଗ କରୁଥିବା ପାକିସ୍ତାନକୁ ଆଇନା ଦେଖାଇ ରାଜନାଥ ସିଂହ କହିଛନ୍ତି, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପ୍ରସଙ୍ଗକୁ ପାକିସ୍ତାନ ହଜମ କରି ପାରୁନାହିଁ । ଏହାକୁ ନେଇ ସେ ଭାରତ ବିରୋଧରେ ଜାତିସଙ୍ଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ହେଲା । ଭାରତ ମାନବ ଅଧିକାରର ଉଲଙ୍ଘନ କରିଛି ବୋଲି ଅନ୍ତରାଷ୍ଟ୍ରୀୟ ସଂଗଠନକୁ ମିଛ କହିଲା । କିନ୍ତୁ ସତ କଥା ହେଉଛି ପାକିସ୍ତାନ ନିଜେ ମାନବ ଅଧିକାରର ଉଲଙ୍ଘନ କରିଛି । ସେ ନିଜ ଦେଶର ସଂଖ୍ୟାଲଘୁଙ୍କୁ ସୁରକ୍ଷା ଯୋଗାଇ ପାରୁନାହିଁ । ଏହା ସହିତ ଭାରତରେ ସଂଖ୍ୟାଲଘୁ ସୁରକ୍ଷିତ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ ବୋଲି ସ୍ପଷ୍ଠ କରିଛନ୍ତି ରାଜନାଥ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.