ETV Bharat / bharat

ବେଙ୍ଗାଲୁରୁରେ HALର ଦ୍ବିତୀୟ ଉତ୍ପାଦନ ୟୁନିଟ ଉଦଘାଟନ କଲେ ରାଜନାଥ

ବେଙ୍ଗାଲୁରୁରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(HAL)ର ଦ୍ବିତୀୟ ତେଜସ ଉତ୍ପାଦନ ୟୁନିଟ ଉଦଘାଟନ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ସୀମା ସୁରକ୍ଷା ପାଇଁ ଭାରତ ଅନ୍ୟ କୌଣସି ଦେଶ ଉପରେ ନିର୍ଭରଶୀଳ ହୋଇ ରହିନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁରେ HAL ର ଦ୍ବାତୀୟ ଉତ୍ପାଦନ ୟୁନିଟ ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

author img

By

Published : Feb 2, 2021, 6:09 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL)ର ଦ୍ବିତୀୟ ତେଜସ ଉତ୍ପାଦନ ୟୁନିଟ ଉଦଘାଟନ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ସୀମା ସୁରକ୍ଷା ପାଇଁ ଭାରତ ଅନ୍ୟ କୌଣସି ଦେଶ ଉପରେ ନିର୍ଭରଶୀଳ ହୋଇ ରହିନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତେଜସ ହେଉଛି ଏକ ଏଲସିଏ ଅର୍ଥାତ ହାଲୁକା କମ୍ବାକ୍ଟ ଏୟାରକ୍ରାଫ୍ଟ ।

ଉଦଘାଟନୀ ସମାରୋହରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତ ନିଜର ସୀମା ସୁରକ୍ଷା ପାଇଁ ଅନ୍ୟ କୌଣସି ଦେଶ ଉପରେ ଆଉ ନିର୍ଭରଶୀଳ ହୋଇରହିନାହିଁ । ଭବିଷ୍ୟତରେ ହାଲ୍‌ ଆହୁରି ଅନେକ ଉପଲବ୍ଧି ହାସଲ କରିବ ବୋଲି କହିଛନ୍ତି ରାଜନାଥ ।

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ମହାମାରୀ କୋରୋନା ସତ୍ତ୍ବେ 48 ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ତିଆରିର ଅର୍ଡର ପାଇଛି । ଏହା ପ୍ରତିରକ୍ଷା କ୍ଷେତ୍ରରେ ବୃହତ ସ୍ବଦେଶୀ ପ୍ରକ୍ରିୟାକରଣ, ଯାହା ଏରୋସ୍ପେସ କ୍ଷେତ୍ରରେ ଭାରତକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ।

ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଅନେକ ଦେଶ ତେଜସ କିଣିବାକୁ ଭାରତ ଉପରେ ଆଶା ରଖିଛନ୍ତି । ଏହାସହ ଖୁବ ଶୀଘ୍ର ଅନ୍ୟଦେଶରୁ ଏଥିପାଇଁ ଅର୍ଡର ଆସିବ ବୋଲି ମନ୍ତ୍ରୀ ହାଲ୍‌କୁ ପ୍ରତିଶ୍ରୃତି ଦେଇଛନ୍ତି ।

ରାଜନାଥ ଆହୁରି ମଧ୍ୟ କହିଛନ୍ତି , ତେଜସ କେବଳ ସ୍ବେଦେଶୀ ନୁହେଁ, ବରଂ ଅନ୍ୟ ଦେଶର ଏୟାକ୍ରାଫ୍ଟ ତୁଳନାରେ ଉନ୍ନତ । ତେବେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆଗାମୀ 3ରୁ 4 ବର୍ଷ ମଧ୍ୟରେ ଭାରତ 1.75 ଲକ୍ଷ କୋଟିର ଟାର୍ଗେଟ ଛୁଇଁବ ବୋଲି କହିଛନ୍ତି ମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.