ETV Bharat / bharat

ଭାରତକୁ ମିଳିଲା ପ୍ରଥମ ରାଫେଲ ଜେଟ୍, ଐତିହାସିକ ଦିନ କହିଲେ ରାଜନାଥ ସିଂହ

author img

By

Published : Oct 8, 2019, 6:41 PM IST

Updated : Oct 8, 2019, 8:01 PM IST

ଭାରତୀୟ ବାୟୁସେନାକୁ ପ୍ରଥମ ରାଫେଲ ବିମାନ ହସ୍ତାନ୍ତର କଲା ଫ୍ରାନ୍ସ । ରାଫେଲ ବିମାନ ସହ ଶସ୍ତ୍ର ପୂଜା କଲେ ରାଜନାଥ ସିଂହ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତ ପାଇଁ ଏହି ଐତିହାସିକ ଦିନ । ଅନେକ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ବିଜୟା ଦଶମୀରେ ତଥା ଭାରତୀୟ ବାୟୁସେନା ଦିବସରେ ମଙ୍ଗଳବାର ଭାରତକୁ ଫ୍ରାନ୍ସ ଠାରୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ମିଳିଛି । ଭାରତୀୟ ବାୟୁସେନାକୁ ବିମାନ ହସ୍ତାନ୍ତର କଲା ଫ୍ରାନ୍ସ । ରାଫେଲ ଫାଇଟର ଜେଟ୍ ସହ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଭିଡିଓ ସୌଜନ୍ୟ: ଏଏନଆଇ

ରାଫେଲ ହସ୍ତାନ୍ତରଣ ଉତ୍ସବରେ ରାଜନାଥଙ୍କ ଅଭିଭାଷଣ..

ମଙ୍ଗଳବାର ବାୟୁସେନା ପାଇଁ ଏକ ଐତିହାସିକ ଦିନ । ରାଫେଲ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବ । ଏହାସହ ଭାରତ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହୋଇଛି । ଫ୍ରାନ୍ସଠାରୁ ୩୬ଟି ରାଫେଲ କିଣିବାକୁ ଭାରତ ଚୁକ୍ତି କରିଛି । ରାଫେଲ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ତ୍ରିଦିବସୀୟ ପ୍ୟାରିସ୍ ଗସ୍ତରେ ଯାଇଛନ୍ତି । ରାଫେଲ ଗ୍ରହଣ ପୂର୍ବରୁ ଜେଟ୍‌ ନିର୍ମାଣ କମ୍ପାନୀ ଦାସଲ୍ଟ ଆଭିଏସନ ପ୍ଲାଣ୍ଟ ବୁଲି ଦେଖୁଛନ୍ତି ପ୍ରତରିକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରୀ ପ୍ୟାରିସ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ୍ ମାକ୍ରୋନଙ୍କ ସହ ବୈଠକ କରିଥିଲେ ।ଏହାସହ ଫ୍ରାନ୍ସ ବନ୍ଦରଗାହ ସହରର ବୋର୍ଡୋକ୍ସ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ରାଜନାଥ । ଏହି ବୈଠକରେ ପ୍ରଥମ ରାଫେଲ୍ ଜେଟ୍ ଭାରତକୁ ହସ୍ତାନ୍ତର ନେଇ ସୂଚୀବଦ୍ଧ ହୋଇଥିଲା । ଏହି ବିମାନ ପ୍ରଦାନ କାର୍ଯ୍ୟକ୍ରମରେ ରାଫେଲ୍ ଜେଟ୍ ନିର୍ମାତା ଦାସଲ୍ଟ ଆଭିଏସନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ମଙ୍ଗଳବାର ରାଫେଲ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମ ବୋର୍ଡୋକ୍ସର ମେରିଗ୍ରେକ୍ ଦାସଲ୍ଟ ଆଭିଏସନ ପରିସରରେ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ୩୬ଟି ରାଫେଲ୍ ଜେଟ୍ ମଧ୍ୟରୁ ପ୍ରଥମ ବିମାନକୁ ଗ୍ରହଣ କରିଛନ୍ତି । ମାତ୍ର ଆଉ 4ଟି ବିମାନ 2020 ମେ’ ମାସରେ ଭାରତକୁ ଆସିବ । 4ଟି ଲେଖାଏଁ ପର୍ଯ୍ୟାୟ କ୍ରମେ ସମସ୍ତ 36ଟି ରାଫେଲ ଲଢୁଆ ବିମାନ ଭାରତ ଆସିବ ।

Intro:Body:

BLANK FOR LINK 

Conclusion:
Last Updated : Oct 8, 2019, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.