ETV Bharat / bharat

ଡେଞ୍ଜର ଡ୍ରାଗନ: ବାୟୁସେନାକୁ ପ୍ରସ୍ତୁତ ରହିବାକୁ ରାଜନାଥଙ୍କ ଆହ୍ବାନ - ବାୟୁସେନାକୁ ପ୍ରସ୍ତୁତ ରହିବାକୁ ରାଜନାଥଙ୍କ ଆଗ୍ରହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ବାୟୁସେନା କମାଣ୍ଡର ସମ୍ମିଳନୀରେ ଯୋଗ ଦେଇଛନ୍ତି । ବାୟୁସେନାକୁ ସ୍ବଳ୍ପ ନୋଟିସରେ ସମସ୍ତ ପ୍ରସ୍ତୁତି କରିବାକୁ କହିଛନ୍ତି ରାଜନାଥ ।

ବାୟୁସେନାକୁ ପ୍ରସ୍ତୁତ ରହିବାକୁ ରାଜନାଥଙ୍କ ଆଗ୍ରହ

author img

By

Published : Jul 22, 2020, 5:32 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି (ବୁଧବାର) ବାୟୁସେନା କମାଣ୍ଡର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଦାଖରେ ବାୟୁସେନାର ଭୂମିକାକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଆମକୁ ସତର୍କ ରହିବା ଆବଶ୍ୟକ । ଯଦି ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଥାଏ ତେବେ ବାୟୁସେନାକୁ ସ୍ବଳ୍ପ ନୋଟିସରେ ସମସ୍ତ ପ୍ରସ୍ତୁତି କରିବାକୁ ପଡିବ ।

ବାୟୁସେନା କମାଣ୍ଡର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଭାରତୀୟ ବାୟୁସେନାର ତତ୍ପରତା ଓ ସୀମା ସୁରକ୍ଷା ପାଇଁ ବାୟୁସେନା ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ପ୍ରକାଶଥାଉକି, ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ପାଇଁ ତିକ୍ତତା ମେ’ ମାସରୁ ଚାଲିଛି । ସେତେବେଳେ ଭାରତୀୟ ବାୟୁସେନା ଏହାର ଯୁଦ୍ଧ ବିମାନ ଓ ଆପାଚେ ଭଳି ହେଲିକପ୍ଟର ଏଲଏସିରେ ମୁତୟନ କରିଥିଲା । ଏହା ସହ ବାୟୁସେନା ଯବାନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଏୟାରଲିଫ୍ଟ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.