ETV Bharat / bharat

ଲକ୍ଷ୍ନୌରେ ଡିଫେନ୍ସ ଏକ୍ସପୋ: ପ୍ରଦର୍ଶିତ ହେବ 54ଟି ଦେଶର ପ୍ରତିରକ୍ଷା କୌଶଳ

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଶର ସବୁଠାରୁ ବଡ ଡିଫେନ୍ସ ଏକ୍ସପୋ ବୁଧବାର ଆୟୋଜିତ ହୋଇଯାଇଛି । ଏଥିରେ ଦେଶ ତଥା ବିଦେଶର ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀସହ ବିଭିନ୍ନ କଳାକୌଶଳ ପ୍ରଦର୍ଶିତନ ହେବ । ଅଧିକ ପଢନ୍ତୁ...

defence expo 2020
ଫାଇଲ ଫଟୋ
author img

By

Published : Feb 5, 2020, 2:24 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଶର ସବୁଠାରୁ ବଡ ଡିଫେନ୍ସ ଏକ୍ସପୋ ବୁଧବାରଠୁ ଆରମ୍ଭ ହେଉଛି । ଏଥିରେ ଦେଶ ତଥା ବିଦେଶର ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀସହ ବିଭିନ୍ନ କଳାକୌଶଳର ପ୍ରଦର୍ଶନ କରାଯିବ। 40ଟି ଦେଶର ପ୍ରତିରକ୍ଷା ମନ୍ତ୍ରୀ, ସେନା ମୁଖ୍ୟ ତଥା ବିଦେଶ ମନ୍ତ୍ରୀଙ୍କ ସହ 54 ଦେଶର କୂଟନୀତିଜ୍ଞ ଏହି ଅବିସ୍ମରଣୀୟ ଦିବସରେ ଯୋଗ ଦେବେ । ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ସେନାର ପ୍ରଭାବକୁ ଦେଖିବେ । ଏହି ଏକ୍ସପୋ ଫେବୃଆରୀ 9 ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଡିଫେନ୍ସ ଏକ୍ସପୋରେ ଉତ୍ତରପ୍ରଦେଶର ଷ୍ଟଲ ଲଗାଯାଇଛି । ଏଥିରେ ପୋଲିସ ନିଜ ସାହାସର ପ୍ରଦର୍ଶନ କରିବ । ଏଥିରେ ଉତ୍ତରପ୍ରଦେଶର 112 ଜରୁରୀକାଳିନ ସେବା ସହ ଏଟିଏସର ପ୍ରଦର୍ଶନ କରାଯିବ ।

ଉତ୍ତରପ୍ରଦେଶ ଏଡିଜେ ଅସିମ୍ ଅରୁଣ କହିଥିଲେ, ଷ୍ଟଲ ପାଖକୁ ଆସୁଥିବା ସମସ୍ତ ଦର୍ଶକଙ୍କୁ ଜରୁରୀକାଳିନ ସେବା 112 ବିଷୟରେ ସମସ୍ତ ସୂଚନା ପ୍ରଦାନ କରାଯିବ । ଏହାସହ ୟୁପି ଏଟିଏସ ଶସ୍ତ୍ରକୁ ମଧ୍ୟ ପ୍ରଦର୍ଶନ କରାଯିବ । ଏହାସହ ଟେକ୍ନୋଲୋଜିର ସହାୟତାରେ କିପରି ସାଧାରଣ ଲୋକଙ୍କୁ ସହାୟତା କରାଯାଇପାରିବ ସେ ନେଇ ସମସ୍ତ ପ୍ରକାର ସୁବିଧା କରାଯିବ ।

ଆରମ୍ଭ ହେବାକୁ ଥିବା ଡିଫେନ୍ସ ଏକ୍ସପୋ ପାଇଁ ଗୋମତୀ ନଦୀରୁ ଦଳ ଆଦି ହଟାଯାଇଛି । କାରଣ ସେହି ନଦୀରେ ଭାରତୀୟ ନୌସେନା ପକ୍ଷରୁ ଯୁଦ୍ଧକୌଶଳ ପ୍ରଦର୍ଶନ କରାଯିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.