ETV Bharat / bharat

3300 କୋଟିର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଗ୍ରୀନ ସିଗନାଲ

3300 କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଫାଇଲ ଫଟୋ
author img

By

Published : Oct 21, 2019, 11:35 PM IST

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନ ଓ ଚୀନ ପଟୁ ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି 3300 କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ବୈଠକ ବସିଥିଲା । ଏହି ବୈଠକରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ତେବେ ଏହି ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ 'ମେକ ଇନ ଇଣ୍ଡିଆ' ଯୋଜନା ଅଧିନରେ ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ କମ୍ପାନୀ ଗୁଡିକୁ ଦିଆଯିବ । ଅର୍ଥାତ ସେନା ଅଧିକାଂଶ ପ୍ରତିରକ୍ଷା ସାମଗ୍ରୀ ଭାରତୀୟ କମ୍ପାନୀଠାରୁ କ୍ରୟ କରିବ।

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମଞ୍ଜୁରୀ ଦେଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଟି-72 ଏବଂ ଟି-90 ଟ୍ୟାଙ୍କରେ ବ୍ୟବହାର ହେବାକୁ ଥିବା ତୃତୀୟ ପିଢୀର ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ଏବଂ ଅଗ୍ଲେଜରୀ ପାୱାର ୟୁନିଟ ମଧ୍ୟ ସାମିଲ ଅଛି । ଏହି ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ଦ୍ବାରା ଭାରତୀୟ ଟ୍ୟାଙ୍କର ଆକ୍ରମଣ କ୍ଷମତା ବୃଦ୍ଧି ପାଇବ ।

ତେବେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ସାମଗ୍ରୀର ନିର୍ମାଣ ଦାୟିତ୍ବ ଭାରତୀୟ କମ୍ପାନୀକୁ ହସ୍ତାନ୍ତର କରିବାର ନିଷ୍ପତ୍ତି ନିଆଯାଇଛି ।

Intro:Body:

BLANK

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.