ETV Bharat / bharat

ଜବତ ସମ୍ପତ୍ତି ଫେରାଇବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଦୀପକ କୋଚର

ଇଡି ଜବତ କରିଥିବା ସମ୍ପତ୍ତିକୁ ମୁକ୍ତ କରିବାକୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ସେ ଆବେଦନପତ୍ରରେ ଦର୍ଶାଇଛନ୍ତି ଯେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଇଡି କୌଣସି ପଦକ୍ଷେପ ନେଇନାହିଁ, ତେଣୁ ଜବତ ସମ୍ପତ୍ତି ହସ୍ତାନ୍ତର କରିବାକୁ ଆଇନଗତ ଭାବରେ ବାଧ୍ୟ । ଅଧିକ ପଢନ୍ତୁ...

ଜବତ ସମ୍ପତ୍ତି ଫେରାଇବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଦୀପକ କୋଚର
ଜବତ ସମ୍ପତ୍ତି ଫେରାଇବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଦୀପକ କୋଚର
author img

By

Published : Aug 19, 2020, 10:03 PM IST

ନୂଆଦିଲ୍ଲୀ: ଇଡି ଜବତ କରିଥିବା ସମ୍ପତ୍ତିକୁ ମୁକ୍ତ କରିବାକୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ସେ ଆବେଦନପତ୍ରରେ ଦର୍ଶାଇଛନ୍ତି ଯେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଇଡି କୌଣସି ପଦକ୍ଷେପ ନେଇନାହିଁ, ତେଣୁ ଜବତ ସମ୍ପତ୍ତି ହସ୍ତାନ୍ତର କରିବାକୁ ଆଇନଗତ ଭାବରେ ବାଧ୍ୟ ।

କୋଚରଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଯେ, ଯେତେବେଳେ ଇଡି ଏକ ବର୍ଷ ପରେ ମଧ୍ୟ ପ୍ରବର୍ତ୍ତନ ଚାର୍ଜସିଟ୍ ଦାଖଲ କରି ନାହିଁ । ତେଣୁ ସମ୍ପତ୍ତିକୁ ଜବତ ଅବସ୍ଥାରେ ରଖିପାରିବ ନାହିଁ। ଏହି ପିଟିସନର ଶୁଣାଣି ସମୟରେ ଓକିଲ ଅମିତ ମହାଜନ କହିଛନ୍ତି ଯେ, ବମ୍ବେ ହାଇକୋର୍ଟରେ ଏଭଳି ଆବେଦନ ବିଚାରାଧୀନ ଅଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟର ଅଧିକାର ରହିଛି । କାରଣ ଏହି ମାମଲାରେ ଦିଲ୍ଲୀ କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ। କୋର୍ଟ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

2019 ମସିହା ମାର୍ଚ୍ଚରେ ଇଡି ପକ୍ଷରୁ ଦୀପକ କୋଚରଙ୍କ କାର୍ଯ୍ୟାଳୟ ପାସିଫିକ୍ କ୍ୟାପିଟାଲ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ଡାଏରୀ, ହାର୍ଡ ଡିସ୍କ ଓ 5 ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏଥିରେ ସିବିଆଇ ପକ୍ଷରୁ ଚନ୍ଦା କୋଚର, ଦୀପକ କୋଚର ଏବଂ ଭିଡିଓକନ୍ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଭେନୁଗୋପାଲ ଧୁଟଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା ।

ଏଥିରେ ଆଇସିଆଇସିଆଇ ବ୍ୟାଙ୍କରୁ ଭେନୁଗୋପାଲ ଧୁଟଙ୍କୁ 3ଶହ କୋଟି ଋଣ ଦେବାପାଇଁ ଦୀପକ କୋଚରଙ୍କ ଜରିଆରେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ସେପ୍ଟେମ୍ବର 2009ରେ ଭେନୁଗୋପାଳଙ୍କ କମ୍ପାନୀକୁ 300 କୋଟି ଟଙ୍କା ଋଣ ଦେବାପରେ ଭିଡିଓକନ୍ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଦୀପକଙ୍କ ବ୍ୟାଙ୍କ ଆକାଉଣ୍ଟକୁ 64 କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଏପରିକି ଇଡି ଅଭିଯୋଗ ଅନୁଯାୟୀ, କୋଚର ପରିବାର ମୁମ୍ବାଇର ଭିଡିଓକନ ଗ୍ରୁପ୍ ଠାରୁ ଏକ ଆପାର୍ଟମେଣ୍ଟ କିଣିଥିଲେ ଯାହାର ମୂଲ୍ୟ ବଜାର ମୂଲ୍ୟଠାରୁ ବହୁତ କମ୍ ଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.