ETV Bharat / bharat

ଦେଖନ୍ତୁ ପ୍ଲାଷ୍ଟିକ ବୋତଲ ଗାର୍ଡେନ - National School of Drama plastic bottle decoration

ଦିଲ୍ଲୀର ନ୍ୟାସନାଲ ଡ୍ରାମା ସ୍କୁଲରେ ଅବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ନେଇ ବିଭିନ୍ନ ସାଜସଜା କରାଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Decoration done with old bottles
ପ୍ଲାଷ୍ଟିକ ବୋତଲ ଗାର୍ଡେନ
author img

By

Published : Feb 14, 2020, 1:15 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ‘ପ୍ଲାଷ୍ଟିକ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ ହୋଇଥିବାବେଳେ ଦେଶର ଅନେକ ସ୍ଥାନରେ ଲୋକମାନେ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ନ୍ୟାସନାଲ ଡ୍ରାମା ସ୍କୁଲରେ ଅବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ନେଇ ବିଭିନ୍ନ ସାଜସଜା କରାଯାଇଥିବା ଦେଖିବାକୁ ମିଳିଛି । ତେବେ ପୁରୁଣା ପ୍ଲାଷ୍ଟିକ ବୋତଲକୁ ନେଇ ବିଭିନ୍ନ ରଙ୍ଗ ଦେବା ସହ ଲାଇଟ୍ ବ୍ୟବହାର କରି ବୋତଲ ଗୁଡିକୁ ଫୁଲ ଆକାରରେ ସଜା ଯାଇ ଗାର୍ଡେନରେ ଲଗାଯାଇଛି ।

ପ୍ଲାଷ୍ଟିକ ବୋତଲ ଗାର୍ଡେନ

ସ୍କୁଲର ଜଣେ ଛାତ୍ରଙ୍କ କହିବା ଅନୁଯାୟୀ, ଏନଏସଜିରେ ଅନୁଷ୍ଠିତ ହେଉଥିବା ଭାରତ ରଙ୍ଗମଞ୍ଚ ପାଇଁ ସେମାନେ ମିଶି ଏହି ସାଜସଜା କରିଛନ୍ତି । ତେବେ ଏନଏସଜି ଏକ କଳାକାରଙ୍କ ମଞ୍ଚ । ଯେଉଁଠି ବିଭିନ୍ନ କଳାକୁ ପ୍ରାଥମିକତା ଦିଆଯାଇଥାଏ । ସେଥିପାଇଁ ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟାନ ସଚେତନତା ବାଣ୍ଟିବା ପାଇଁ ଏହି ଆୟୋଜନ କରାଯାଇଛି । ତେବେ ଏମାନେ ପ୍ରଥମେ ନିକଟସ୍ଥ ରେଳୱେ ଷ୍ଟେସନରୁ ବୋତଲ ସଂଗ୍ରହ କରିଥିଲେ । ଏହାପରେ ସେଗୁଡିକୁ ସଫା କରି ରଙ୍ଗ ଦେଇ ସେଗୁଡିକୁ ବିଭିନ୍ନ ଫୁଲ ଆକାରରେ ସଜାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.