ETV Bharat / bharat

ଭୟାବହ କୋରୋନା ସ୍ଥିତି: 24 ଘଣ୍ଟାରେ 693 ଆକ୍ରାନ୍ତ, 30 ମୃତ - କୋରୋନାଜନିତ ମୃତ୍ୟୁ

ଗତ 24 ଘଣ୍ଟାରେ 693 ଜଣ କୋରୋନା ପଜିଟିଭ ସ୍ପଷ୍ଟ ହୋଇଛି । ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 4000 ଟପିବା ସହ 4067 ପହଞ୍ଚିଛି । ଅଧିକ ପଢନ୍ତୁ...

ଭୟାବହ କୋରୋନା ସ୍ଥିତି: 24 ଘଣ୍ଟାରେ 693 ଆକ୍ରାନ୍ତ, 30 ମୃତ

author img

By

Published : Apr 6, 2020, 5:42 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସମେତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତ 24 ଘଣ୍ଟାରେ ଦେଶରେ ନୂଆ 693 ମାମଲା ସାମନାକୁ ଆସିଛି । ଏହାସହ କୋରୋନାଜନିତ ମୃତ୍ୟୁ 100 ପାର କରିଛି ।

ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ପ୍ରେସମିଟରେ ସୂଚନା ଦେଇଛନ୍ତି । ଗତ 24 ଘଣ୍ଟାରେ 693 ଜଣ କୋରୋନା ପଜିଟିଭ ସ୍ପଷ୍ଟ ହୋଇଛି । ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 4000 ଟପିବା ସହ 4067 ପହଞ୍ଚିଛି । ଏଥିମଧ୍ୟରୁ 1445ଟି ମାମଲା ତବଲିଗୀ ଜମାତ ସମାବେଶରୁ ଆସିଥିବା ଜଣାପଡିଛି । ଏହାସହ ଆକ୍ରାନ୍ତଙ୍କ ମଧ୍ୟରେ 76 ପ୍ରତିଶତ ପୁରୁଷ ଓ 24 ପ୍ରତିଶତ ମହିଳା ଅଛନ୍ତି ।

ସେହିପରି ରବିବାର କୋରୋନାରେ ଚିକିତ୍ସିତ 30 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋରୋନା ଜନିତ ମୃତ୍ୟୁ 100 ପାର କରିବା ସହ 109ରେ ପହଞ୍ଚିଛି । ଏଥିରୁ 60 ବର୍ଷରୁ ଅଧିକ ଲୋକଙ୍କ ମୃତ୍ୟୁସଂଖ୍ୟା 63 ପ୍ରତିଶତ । ସେହିପରି 40ରୁ 60 ବର୍ଷ ଭିତରେ ଲୋକଙ୍କ ମୃତ୍ୟୁ ହାର 30 ପ୍ରତିଶତ । ଆଉ 40 ବର୍ଷ ତଳ ଲୋକଙ୍କ ମୃତ୍ୟୁ ହାର 7 ପ୍ରତିଶତ ବୋଲି ଲଭ ଅଗ୍ରୱାଲ କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.