ETV Bharat / bharat

ପୂର୍ବତନ ଇସ୍ରୋ ଚେୟାରମ୍ୟାନଙ୍କୁ ହତ୍ୟା ଧମକ ଦେଲା ଜୈଶ୍‌

ନିର୍ବାଚନକୁ ନେଇ ପୂର୍ବତନ ଇସ୍ରୋ ଚେୟାରମ୍ୟାନ ଜି.ମାଧବନ ନାୟାରଙ୍କୁ ହତ୍ୟା ଧମକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି କିଛି ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 29, 2019, 7:50 PM IST

ଥିରୁଅନନ୍ତପୁରମ: ନିର୍ବାଚନକୁ ନେଇ ପୂର୍ବତନ ଇସ୍ରୋ ଚେୟାରମ୍ୟାନ ଜି.ମାଧବନ ନାୟାରଙ୍କୁ ହତ୍ୟା ଧମକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି ଦୃର୍ବୁତ୍ତ । ଦୁଇ ଦିନ ତଳେ ଏକ ଚିଠି ଜରିଆରେ ଏହି ଧମକ ଦିଆଯାଇଥିବା ସୂଚନା ଦେଇଛନ୍ତି ମାଧବନ ।

ସୂଚନା ଅନୁଯାୟୀ ଖବର ପ୍ରଘଟ ହେବା ପରେ ମାଧବନଙ୍କ ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି । ଏଥିସହ ମାଧବନଙ୍କ ପାଖକୁ ଆସିଥିବା ଚିଠିଟି କିଏ ଏବଂ କେଉଁଠାରୁ ପଠାଇଛି ସେନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣା ପଡିଛି କି ଚିଠିଟି ଜୈଶ-ଇ-ମହମ୍ମଦରଆତଙ୍କୀ ସଙ୍ଗଠନଦ୍ବାରା ପଠାଯାଇଥିଲା ।

ତେଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଫରେନସିକ ଯାଞ୍ଚ ଆରମ୍ଭ ହୋଇଥିବା ସୂଚନା ଦେଇଛି କେରଳ ପୋଲିସ । ଏନେଇ ଏକ ମାମଲା ରୁଜୁ ହୋଇଥିବା ମଧ୍ୟ ପୋଲିସ କହିଛି । ତେବେ 75 ବର୍ଷୀୟ ନାୟାର 2009 ମସିହାରେ ଇଣ୍ଡିଆନ୍‌ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ)ରୁ ଚେୟାରମ୍ୟାନ ଭାବେ ଅବସର ନେଇଥିଲେ ।

ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ନାୟାରଙ୍କୁ ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଉପାଧିରେ ସମ୍ମାନିତ କରାଯାଇଛି । ତାଙ୍କର ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ଅବଦାନ ମଧ୍ୟରେ ରହିଛି କ୍ରାୟୋଜେନିକ ଇଞ୍ଜିନ ଜିଏସ୍‌ଏଲ୍‌ଭିର ଡିଜାଇନ୍‌ ଓ ଡେଭେଲପମେଣ୍ଟ । 2018 ମସିହାରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ ।

Intro:Body:

କଟକ: କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ ଗଡ଼ । ଯେଉଁଠି ଲୋକମାନେ ବିଜୁ ବାବୁଙ୍କ ସେବା ଆଉ ଆଦର୍ଶରେ ବେଶ ଅନୁପ୍ରାଣିତ। ସେଠାରୁ ହିଁ ମୁଁ ନିର୍ବାଚନ ଲଢ଼ିବାକୁ ଯାଉଛି । ଆଉ ଦଳ ମଧ୍ୟ ମୋ ଉପରେ ଆସ୍ଥା ରଖିଛି । ଯାହାକୁ ମୁଁ କେବେ ବି କ୍ଷୂର୍ଣ୍ଣ କରିବନି ବୋଲି କହିଛନ୍ତି କେନ୍ଦ୍ରାପଡା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି।

ବିଜୁ ପଟ୍ଟନାୟକ ସର୍ବଦା ଲୋକମାନଙ୍କ ସହ ରହିଥିଲେ ଆଉ ଆଜି ବି ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରାପଡା ବାସୀଙ୍କ ପାଇଁ ସେହି ବିକାଶ ମୂଳକ କାମ କରିଆସୁଛନ୍ତି । ଆଉ ଏହି କାମକୁ ତ୍ବରାନିତ କରିବା ଦାୟିତ୍ବ ମୋ ଉପରେ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।। ଯାହାକୁ ମୁଁ ସସମ୍ମାନେ ନିର୍ବାହ କରିବି ବୋଲି କହିଛନ୍ତି ଅନୁଭବ। 

କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ହେବ ହେଭିୱେଟ ଫାଇଟ । ଯେଉଁଥିରେ ମୁହାଁମୁହିଁ ହେବେ 3 ପ୍ରମୁଖ ଦଳ । ବିଜେଡିରୁ ଅନୁଭବ ମହାନ୍ତି, ବିଜେପିରୁ ବୈଜୟନ୍ତ ପଣ୍ଡା ଓ କଂଗ୍ରେସରୁ ଧରଣୀଧର ନାୟକଙ୍କ ମଧ୍ୟରେ ହେବ ମହା ଲଢେଇ । 

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.