ETV Bharat / bharat

ମହାରାଷ୍ଟ୍ରରେ କମିଛି ମୃତ୍ୟୁହାର: ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : May 20, 2020, 1:40 AM IST

ଏବେ ମହାରାଷ୍ଟ୍ର ପ୍ରତିଦିନ ପ୍ରାୟ 15 ହଜାର ଟେଷ୍ଟ କରୁଛି । 67ଟି ଲାବରେ ସମସ୍ତ ପ୍ରକାର ନମୁନା ପରୀକ୍ଷା କରାଯାଉଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ କମିଛି ମୃତ୍ୟୁହାର: ସ୍ବାସ୍ଥ୍ୟମନ୍ତ୍ରୀ
ମହାରାଷ୍ଟ୍ରରେ କମିଛି ମୃତ୍ୟୁହାର: ସ୍ବାସ୍ଥ୍ୟମନ୍ତ୍ରୀ

ମୁମ୍ବାଇ: ପୂର୍ବାପେକ୍ଷା ମହାରାଷ୍ଟ୍ରରେ ପରିସ୍ଥିତି ଅନେକ ସୁଧୁରିଛି । ବର୍ତ୍ତମାନ ରାଜ୍ୟରେ ମୃତ୍ୟୁହାର କମିବାରେ ଲାଗିଛି । ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ।

ସେ କହିଛନ୍ତି ଯେ କୋଭିଡ-19 ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଥିଲା ଯାହାକୁ ଏବେ ଦୂର କରାଯାଇଛି । ବିଭିନ୍ନ ପ୍ରକାର କୋରୋନା ଆକ୍ରାନ୍ତଙ୍କ ପାଇଁ ବର୍ତ୍ତମାନ ରାଜ୍ୟରେ 15 ହଜାର ବେଡର ସୁବିଧା ରହିଛି । ସେହିପରି ଆଇସିୟୁ ପାଇଁ 2000 ବେଡର ସୁବିଧା ରହିଛି । ସମସ୍ତ ହସ୍ପିଟାଲ ଛଡା ବିଭିନ୍ନ ଗ୍ରାଉଣ୍ଡ ଓ ଅନ୍ୟାନ୍ୟ ଜାଗାରେ ଅସ୍ଥାୟୀ ହସ୍ପିଟାଲର ସୁବିଧା କରାଯାଇଛି ।

ସେହିପରି ଏବେ ମହାରାଷ୍ଟ୍ର ପ୍ରତିଦିନ ପ୍ରାୟ 15 ହଜାର ଟେଷ୍ଟ କରୁଛି । 67ଟି ଲାବରେ ସମସ୍ତ ପ୍ରକାର ନମୁନା ପରୀକ୍ଷା କରାଯାଉଛି । ମଙ୍ଗଳବାର 1202 ଜଣ ଲୋକ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ ପାଇଛନ୍ତି । ଗୋଟିଏ ଦିନରେ ଏହା ଏକ ରେକର୍ଡ ବୋଲି ରାଜେଶ କହିଛନ୍ତି । ଏବେ ସୁସ୍ଥ ହାର 25 ପ୍ରତିଶତ ରହିଛି । ସେହିପରି ମୃତ୍ୟହାର 3.2 ପ୍ରତିଶତକୁ ହ୍ରାସ ପାଇଛି ବୋଲି ସେ କହିଛନ୍ତି ।

ତେବେ ଖୁବଶୀଘ୍ର ରାଜ୍ୟରେ ଥିବା ଖାଲି ଡାକ୍ତର ପଦବୀକୁ ପୂରଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ଅଧୀନରେ ସ୍ପେଶାଲ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫଙ୍କ ପଦବୀ ଖାଲି ରହିଛି । ବାକି ଥିବା 17 ହଜାର ପଦବୀ ଜଲଦି ପୂରଣ ହେବ ବୋଲି ସେ କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.