ETV Bharat / bharat

ଆଜି ବି ରହସ୍ୟଘେରରେ ଅର୍ଥଶାସ୍ତ୍ର ରଚୟିତାଙ୍କ ମୃତ୍ୟୁ କାରଣ

ଅର୍ଥଶାସ୍ତ୍ରର ରଚୟିତା ଆଚାର୍ଯ୍ୟ ଚାଣକ୍ୟ । ତାଙ୍କ ମୃତ୍ୟୁ ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ଅଛି । ଅଧିକ ପଢନ୍ତୁ........

author img

By

Published : Jun 11, 2020, 6:05 PM IST

ଆଜି ବି ରହସ୍ୟ ଅର୍ଥଶାସ୍ତ୍ରର ରଚୟିତାଙ୍କ ମୃତ୍ୟୁ କାରଣ

ହାଇଦ୍ରାବାଦ: ଭାରତରେ ଏପରି ଅନେକ ମହାନ ବ୍ୟକ୍ତି, ସଂଗ୍ରାମୀ, ରାଜନେତା, ବିଦ୍ବାନ ଅଛନ୍ତି ଯେଉଁମାନେ ଦେଶକୁ ଅନେକ ସଫଳତା ଦେବା ସହ ଲୋକପ୍ରିୟ ହୋଇଛନ୍ତି । ଆଜି ବି ସେମାନଙ୍କୁ ଲୋକ ମାନିବା ସହ ସେମାନଙ୍କ ଆଦର୍ଶକୁ ଅନୁସରଣ କରନ୍ତି । ହେଲେ ସବୁଠାରୁ ବଡ କଥା ଏମାନଙ୍କ ଭିତରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ମୃତ୍ୟୁ ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ଅଛି । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅର୍ଥଶାସ୍ତ୍ରର ରଚୟିତା ଆଚାର୍ଯ୍ୟ ଚାଣକ୍ୟ ।

କୌଟିଲ୍ୟ ନାମରେ ପରିଚିତ ଚାଣକ୍ୟ ତକ୍ଷଶିଳା ବିଶ୍ବବିଦ୍ୟାଳୟର ଆଚାର୍ଯ୍ୟ ଥିଲେ । ଏଠାରେ ସେ ଅନେକ ଗ୍ରନ୍ଥର ରଚନା କରିଥିଲେ । ଏମାନଙ୍କ ମଧ୍ୟରେ ଅର୍ଥଶାସ୍ତ୍ର ଆଜି ଯାଏଁ ଲୋକପ୍ରିୟ ହୋଇ ରହିଛି । ଏହାକୁ ମୌର୍ଯ୍ୟକାଳୀନ ଭାରତୀୟ ସମାଜର ଦର୍ପଣ ବୋଲି ମନାଯାଏ । ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସେ ନନ୍ଦ ବଂଶର ବିନାଶ କରି ମୌର୍ଯ୍ୟ ବଂଶର ପ୍ରତିଷ୍ଠା କରିଥିଲେ ବୋଲି ବିଷ୍ଣୁ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି । ତେବେ ଚାଣକ୍ୟ 283 ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ବୋଲି ବିଶ୍ବାସ କରାଯାଏ । ତାଙ୍କର ନାମଠାରୁ ଜନ୍ମତିଥି ଓ ମୃତ୍ୟୁ ଯାଏଁ ସମସ୍ତ ବିଷୟ ରହସ୍ୟପୂର୍ଣ୍ଣ ରହିଛି । ମୃତ୍ୟୁ ଉପରେ ଆଜି ଯାଏଁ କେହି ସ୍ପଷ୍ଟ ସୂଚନା ଦେଇପାରିନାହାନ୍ତି ।

ଅର୍ଥଶାସ୍ତ୍ର ଭଳି ପୁସ୍ତକର ରଚୟିତା ଚାଣକ୍ୟଙ୍କ ମୃତ୍ୟୁ ଭାରତ ପାଇଁ ସବୁଠୁ ବଡ ରହସ୍ୟ ହୋଇ ରହିଛି । ଏହା ଉପରେ ଅନେକ କାହାଣୀ ଅଛି ହେଲେ ସତ କେଉଁଟା ତାହା ଜାଣିବା ମୁସ୍କିଲ । ଗୋଟିଏ ହେଉଛି ଏକଦା ସେ ନିଜ ରଥରେ ମଗଧଠାରୁ ଦୂର କୌଣସି ଏକ ଜଙ୍ଗଲକୁ ଚାଲିଯାଇଥିଲେ । ଏହାପରେ କେବେ ଫେରିନଥିଲେ । ସେହିପରି ଆଉ ଏକ କାହାଣୀ ହେଲା ତାଙ୍କୁ ମଗଧର ରାଣୀ ହେଲେନା ବିଷ ଦେଇ ହତ୍ୟା କରିଥିଲେ । ରାଜା ବିନ୍ଦୁସାର ମଧ୍ୟ ତାଙ୍କୁ ଜୀଅନ୍ତା ଜାଳି ଦେଇଥିବା କିଛି ଲୋକ କହନ୍ତି । ମନ୍ତ୍ରୀ ସୁବୋନ୍ଧୁଙ୍କ ଷଡଯନ୍ତ୍ରର ଶିକାର ହୋଇ ମଧ୍ୟ ସେ ନିଜେ ଆତ୍ମହତ୍ୟା କରିଥିବା କାହାଣୀ ରହିଛି । ହେଲେ ଏହା ମଧ୍ୟରୁ କେଉଁଟା ସତ ତାହା ଆଜି ଯାଏଁ କେହି କହିପାରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.