ETV Bharat / bharat

ଦିଲ୍ଲୀ ହିଂସା: ଡ୍ରେନରୁ ଆଇବି କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ରାଜଧାନୀ ଦିଲ୍ଲୀର ଚାନ୍ଦବାଗ ପୁଲିୟା ଅଞ୍ଚଳରୁ ଠାବ ହେଲା ଆଇବିର ଜଣେ ସୁରକ୍ଷାକର୍ମୀଙ୍କ ମୃତଦେହ । ଦିଲ୍ଲୀର ଭିଡ ହିଂସା ଦ୍ବାରା ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅଧିକ ଖବର ପଢନ୍ତୁ...

delhi violence
ଦିଲ୍ଲୀ ହିଂସା
author img

By

Published : Feb 26, 2020, 3:20 PM IST

Updated : Feb 26, 2020, 10:24 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଚାନ୍ଦବାଗ ପୁଲିୟା ଅଞ୍ଚଳରୁ ଠାବ ହେଲା ଆଇବିର ଜଣେ ସୁରକ୍ଷାକର୍ମୀଙ୍କ ମୃତଦେହ । ପୁଲିୟା ଅଞ୍ଚଳର ଏକ ଡ୍ରେନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦିଲ୍ଲୀର ଭିଡ ହିଂସା ଦ୍ବାରା ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ଅଙ୍କିତ ଶର୍ମା ବୋଲି ଜଣାପଡିଛି । ସେ ଆଇବିରେ ଇଣ୍ଟେଲିଜେନ୍ସ ସୁରକ୍ଷାକର୍ମୀ ବା କନେଷ୍ଟବଳ ଭାବେ ନିୟୋଜିତ ଥିଲେ ।

ଫଟୋ ସୌଜନ୍ୟ: ଟ୍ବିଟର @ArvindKejriwal
ଫଟୋ ସୌଜନ୍ୟ: ଟ୍ବିଟର @ArvindKejriwal

ହିଂସାରେ ଆଇବିରେ ଇଣ୍ଟେଲିଜେନ୍ସ ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ ଟ୍ବିଟ କରି ଲେଖିଛନ୍ତି ଯେ ଏହା ଦୁଃଖଦ କ୍ଷତି । ଦିଲ୍ଲୀବାସୀଙ୍କ ଏପରି ଅବସ୍ଥା ଦେଖି କଷ୍ଟ ଲାଗୁଛି । ଏହି ଦୁଃଖରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରୁଛି ।

ଦିଲ୍ଲୀରେ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ଆରମ୍ଭ ହୋଇଥିବା ହିଂସା ଉଗ୍ରରୂପ ଧାରଣ କରିଛି । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଏବେ ସୁଦ୍ଧା 27 ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ମୃତକଙ୍କ ମଧ୍ୟରେ ଦିଲ୍ଲୀ ପୋଲିସର ହେଡ୍‌ ପୋଲିସ କନଷ୍ଟେବଳ ରତନଲାଲ ମଧ୍ୟ ସାମିଲ ଅଛନ୍ତି । ସେହିପରି ଘଟଣାରେ ଏବେସୁଦ୍ଧା 200 ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କୁ ମଧ୍ୟରେ 56 ଜଣ ପୋଲିସକର୍ମୀ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 26, 2020, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.