ETV Bharat / bharat

ପୋଷ୍ଟମର୍ଟମ ରୁମରେ ଉଠି ବସିଲେ ମୃତବୃଦ୍ଧ

ପୋଷ୍ଟମର୍ଟମ ରୁମରେ ଉଠି ବସିଲେ ମୃତକ । ତାଙ୍କୁ ଜୀବିତ ଦେଖି ଆଶ୍ଚର୍ଯ୍ୟ ଲୋକେ । ଘଟଣା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିନ୍ଦା କରିଛନ୍ତି ସ୍ଥାନୀୟବାସିନ୍ଦା ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Jun 22, 2019, 5:27 AM IST

ଭୋପାଳ: ପୋଷ୍ଟମର୍ଟମ ରୁମରେ ଉଠି ବସିଲେ ମୃତ ବୃଦ୍ଧ । ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ । ଡେକ୍ତର ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେତ ପାଇଁ ମଧ୍ୟ ପଠାଇଥିଲେ । ହେଲେ ସକାଳୁ ସକାଳୁ ପୋଷ୍ଟମର୍ଟମ ପୂର୍ବରୁ ଉଠି ଷ୍ଟ୍ରେଚରରେ ବସିଲେ ବୃଦ୍ଧ ।

ସୂଚନା ଅନୁସାରେ,ସାଗର ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ବୃଦ୍ଧ । ହେଲେ ଗୁରୁବାର ରାତିରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଫଳରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ହେଲେ ସକାଳୁ ସକାଳୁ ପୋଷ୍ଟମର୍ଟମ ରୁମରେ ଉଠି ବସିଥିଲେ ମୃତକ ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହେବା ସହ ଡାକ୍ତରଙ୍କ ଏଭଳି ଅବହେଳାକୁ ଘୋର ନିନ୍ଦା କରିଛନ୍ତି । ଏହି ଘଟଣାରେ ଯେଉଁମାନେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା ସିଏମଓ ଆରଏସ ରୋଶନଙ୍କ କହିଛନ୍ତି ।

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.