ETV Bharat / bharat

କାଶ୍ମୀରରେ ଡିଡିସି ନିର୍ବାଚନ: ଏକ ନ୍ୟାୟସମ୍ମତ ଗଣତାନ୍ତ୍ରିକ ପ୍ରକ୍ରିୟା ରୂପରେ ନିର୍ବାଚନ

କାଶ୍ମୀରରେ ଡିଡିସି(ଜିଲ୍ଲା ବିକାଶ ପରିଷଦ) ନିର୍ବାଚନ ହେଉଛି । ଯାହା ପୂର୍ବ ନିର୍ବାଚନ ଠାରୁ ଭିନ୍ନ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

କାଶ୍ମୀରରେ ଡିଡିସି ନିର୍ବାଚନ
କାଶ୍ମୀରରେ ଡିଡିସି ନିର୍ବାଚନ
author img

By

Published : Dec 1, 2020, 6:45 AM IST

ବିଲାଲ ଭଟ

ବର୍ଷ ସାରା ଲାଗି ରହିଥିବା ସାମାଜିକ ଅଶାନ୍ତି କାରଣରୁ କାଶ୍ମୀର ଭଳି ଏକ ସ୍ଥାନରେ ଭୋଟଦାନର ଅଧିକାର ସାବ୍ୟସ୍ତ କରିବା ଏକ ଆହ୍ବାନ ରୂପରେ ରହିଆସିଛି । କାଶ୍ମୀରରେ ନିର୍ବାଚନ ଏକ ସାମାଜିକ ସ୍ତରରେ ନିଷିଦ୍ଧ ପ୍ରକ୍ରିୟା ରୂପରେ ବିଦ୍ୟମାନ । କିନ୍ତୁ, ନିର୍ବାଚନୀ ରାଜନୀତି ଭିତ୍ତିକ କାଶ୍ମୀରର ସମାଜରେ ଡିଡିସି (ଜିଲ୍ଲା ବିକାଶ ପରିଷଦ) ନିର୍ବାଚନ ଗ୍ରହଣୀୟତା ହାସଲ କରିଥିବା ଭଳି ମନେ ହେଉଛି ।

କେବଳ ନିୟମିତ କାର୍ଯ୍ୟଧାରାରେ ବ୍ୟାଘାତ ନୁହେଁ, ବରଂ କାଶ୍ମୀରରେ ବିବାଦୀୟ ସ୍ଥିତି ଯୋଗୁଁ 1987 ମସିହାରୁ ଏଠାକାର ନିର୍ବାଚନୀ ରାଜନୀତି ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ହିଁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି । କାରଣ, ଆତଙ୍କବାଦୀଙ୍କ ଭାଷାରେ, ଏହା “କାଶ୍ମୀର ଭାରତର ଅଭିନ୍ନ ଅଂଶ ବୋଲି ରହିଆସିଥିବା ଭାରତୀୟ ଆଭିମୁଖ୍ୟ” ପ୍ରତି ସମର୍ଥନ ଜ୍ଞାପନ ।

ହିଂସା ପରିହାର କରିବା ସହିତ ଭୋଟ ଜରିଆରେ କାଶ୍ମୀର ସମସ୍ୟାର ସମାଧାନ ଚାହିଁ ଆସୁଥିବା ବିଭିନ୍ନ ପ୍ରମୁଖ ତଥା ମୁଖ୍ୟଧାରାର ରାଜନୈତିକ ଦଳର ପ୍ରାୟ 5,000 କର୍ମୀଙ୍କୁ ଜାମ୍ମୁ ଓ କାଶ୍ମୀରରେ ହତ୍ୟା କରାଯାଇଛି ।

ତେବେ, ସଂପ୍ରତି ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ ସମସ୍ତ ରାଜନୈତିକ ବ୍ୟାଖ୍ୟାନକୁ ବଦଳାଇ ଦେଲା ଭଳି ମନେ ହେଉଛି । ସୁତରାଂ, ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ରକ୍ତପାତର ଅବସାନ ଘଟାଇ କାଶ୍ମୀର ସମସ୍ୟାର ରାଜନୈତିକ ସମାଧାନ ଦିଗରେ ଏହା ଏକ ନ୍ୟାୟସଂଗତ ପ୍ରକ୍ରିୟାର ରୂପ ନେଇଛି ।

ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିବାରୁ ଗ୍ରହଣ କରିନେବା ପର୍ଯ୍ୟନ୍ତ ଚିନ୍ତାଧାରା ପରିବର୍ତ୍ତନର ମୂଳରେ ରହିଛି 5 ଅଗଷ୍ଟ 2019ର ସେହି ସରକାରୀ ନିଷ୍ପତ୍ତି, ଯାହା ବଳରେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିନିଆଯିବା ସହିତ ଏହାକୁ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ନାମକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଦିଆଯାଇଥିଲା । ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ସହିତ ଏବଂ ଅନ୍ୟଟି ବିନା ବିଧାନସଭାରେ ଗଠିତ ହୋଇଥିଲା ।

ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ଭିତ୍ତିରେ ହିଁ ନିଜ ନିଜ ଦଳର କାର୍ଯ୍ୟକ୍ରମ ଚଳାଇଆସିଥିବା ରାଜନୈତିକ ଦଳଗୁଡ଼ିକ ମାନ୍ୟତା ପ୍ରତ୍ୟାହାର କାରଣରୁ ସଂକଟର ସମ୍ମୁଖୀନ ହୋଇଥିଲେ । କିନ୍ତୁ ସେମାନେ ଏହାକୁ ବିରୋଧ କରି ପାଟିତୁଣ୍ଡ କରିବା ପୂର୍ବରୁ ହିଁ କେନ୍ଦ୍ର ସରକାର ସେମାନଙ୍କ ନେତାମାନଙ୍କୁ ଜେଲରେ କିମ୍ବା ନିଜ ନିଜ ଘରେ ମାସ ମାସ ଧରି ବନ୍ଦୀ କରି ରଖିଦେଇଥିଲେ । ସାଧାରଣ ସୁରକ୍ଷା ଆଇନ ବଳରେ ସେମାନଙ୍କ ଘରଗୁଡ଼ିକୁ ଉପ କାରାଗାରରେ ରୂପାନ୍ତରିତ କରାଯାଇଥିଲା । ବନ୍ଦୀ ନେତାମାନଙ୍କ ମଧରେ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଏବଂ ପୂର୍ବତନ ସାଂସଦମାନେ ଥିଲେ ।

ସେମାନେ ମୁକ୍ତ ହେବା ପରବର୍ତ୍ତୀ ସମୟରେ, ବିଜେପି ନେତୃତ୍ବାଧାନ ସରକାର କାଶ୍ମୀରରେ ନିଜ ଭିତ୍ତି ସୁଦୃଢ଼ କରିବା ଆରମ୍ଭ କରିଦେଇଥିଲେ । ସମସ୍ତ ଆଞ୍ଚଳିକ ଦଳ ଏକତ୍ର ହୋଇ ବିଚ୍ଛିନ୍ନତାବାଦୀମାନଙ୍କ ସହିତ ହାତ ମିଳାଇବେ ଏବଂ ନିର୍ବାଚନ ବର୍ଜନ ରଣନୀତି ଆରମ୍ଭ କରିବେ ବୋଲି ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଏହି ଦଳଗୁଡ଼ିକ ବିଜେପି ବିରୋଧରେ ହିଁ ଏକତ୍ର ହୋଇଥିଲେ ଏବଂ ଶାସକ ଦଳ ବିରୋଧରେ ମେଣ୍ଟ ଗଠନ କରିଥିଲେ । ବୋଧହୁଏ ଏଥିରେ ବିଜେପି ବ୍ୟତିବ୍ୟସ୍ତ ହୋଇଉଠିଥିଲା ।

ଅଭିଯୋଗ ହୁଏ ଯେ, ଏବେକାର ଡିଡିସି ନିର୍ବାଚନରେ ବିଜେପି ପ୍ରାର୍ଥୀମାନଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅନ୍ୟ ଦଳର ପ୍ରାର୍ଥୀମାନଙ୍କ ଗତିବିଧି ଉପରେ କଟକଣା ଜାରି କରାଯାଇଛି । ଶାସକ ଦଳର ଏହି କଥିତ ସଂକୀର୍ଣ୍ଣ ରାଜନୀତି ସଂପୂର୍ଣ୍ଣ ଭାବେ ପ୍ରକଟିତ ହୋଇ ଏକ ଲଜ୍ଜାଜନକ ସ୍ଥିତି ଉତ୍ପନ୍ନ କରିବା ପୂର୍ବରୁ ହିଁ ରାଜ୍ୟର ନିର୍ବାଚନ ଅଧିକାରୀମାନେ ଏହି କଟକଣାକୁ ସୁରକ୍ଷା କାରଣ ଜନିତ ବୋଲି ଦର୍ଶାଇବାରେ ଲାଗିଯାଇଥିଲେ ।

ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ପ୍ରଥମ ପର୍ଯ୍ୟାୟ ଡିଡିସି ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟଦାତାଙ୍କ ଅଂଶଗ୍ରହଣ ହିଁ ଏହି ନୂତନ ବାସ୍ତବତା ଦିଗରେ ସୂଚାଇ ଦିଏ ଯେ କାଶ୍ମୀରର ନାଗରିକମାନେ ସେମାନଙ୍କ ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ କରିବା ସହିତ ନିର୍ବାଚନକୁ ଆଉ ସାମାଜିକ ବ୍ୟାଧି ରୂପରେ ଗ୍ରହଣ କରୁନାହାନ୍ତି । ସାଧାରଣ ଲୋକେ ଏହି ଧରଣର ଆଭିମୁଖ୍ୟକୁ ପସନ୍ଦ କରିନେଇଥିବା ଯୋଗୁଁ ଗୁପକାର ମେଣ୍ଟର ସଦସ୍ୟମାନେ କିଛିଟା ଆଶ୍ବସ୍ତ ହୋଇଛନ୍ତି ଏବଂ ନିଜର ସାମାଜିକ ଗ୍ରହଣୀୟତା ନେଇ ସେମାନଙ୍କ ମଧ୍ୟର ଆଶା ସଞ୍ଚାର ହୋଇଛି ।

ବୟସ ଓ ଲିଙ୍ଗ ନିର୍ବିଶେଷରେ ଅଧିକରୁ ଅଧିକ ଭୋଟଦାତାମାନେ ଭୋଟ ଦେଉଥିବା ଏବଂ ଦ୍ବିଧାମୁକ୍ତ ଭାବରେ କ୍ୟାମେରା ଆଗରେ ଏହା ପ୍ରକାଶ କରୁଥିବାର ଦୃଶ୍ୟ ଟେଲିଭିଜନରେ ପ୍ରସାରିତ ହେବାରେ ଲାଗିଛି । ଯେମିତି କି ଅତୀତରେ ଦେଖାଯାଇଥିଲା, ନିର୍ବାଚନ ବର୍ଜନ ଲାଗି ବିଭିନ୍ନ ବିଚ୍ଛିନ୍ନତାବାଦୀ ସଂଗଠନ ଦେଉଥିବା ଆହ୍ବାନକୁ ପରବର୍ତ୍ତୀ ସମୟରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସମର୍ଥନ କରୁଥିଲେ ଏବଂ ଏହା ଫଳରେ ରାଜ୍ୟରେ ସାମଗ୍ରିକ ଭାବେ ଗଣତାନ୍ତ୍ରିକ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିଲା ।

ଏବେ, ସମ୍ବିଧାନର 370 ଧାରା ଉଚ୍ଛେଦ ପରବର୍ତ୍ତୀ ସମୟରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ସେହି ପ୍ରକ୍ରିୟାକୁ ହିଁ ସମାଧାନର ଏକ ଉପାୟ ରୂପେ ଧରି ନିଆଯାଇଛି । ପ୍ରତିଯୋଗୀ ଦଳମାନେ ଯେଉଁସବୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ମୁଖ୍ୟତଃ ଅଗଷ୍ଟ 5 ତାରିଖର ନିଷ୍ପତ୍ତି ଉପରେ ପର୍ଯ୍ୟବେସିତ। ବିଜେପି ଏବଂ ଏହାର ‘ବି’ ଟିମ୍‌ ରୂପେ ପରିଗଣିତ ଅଲତାଫ ବୁଖାରିଙ୍କ ନେତୃତ୍ବାଧୀନ ଅପନି ପାର୍ଟି, ଧାରା 370 ଉଚ୍ଛେଦର ଉଦ୍ଦେଶ୍ୟ ଅନୁଭୂତ କରାଇବାକୁ ଉଦ୍ୟମ ଚଳାଇଛନ୍ତି ।

ଅପରପକ୍ଷରେ ଗୁପକାର ମେଣ୍ଟ ପୁଣି ସ୍ବତନ୍ତ୍ର ମାନ୍ୟତା ହାସଲ ଲକ୍ଷ୍ୟ ଉପରେ ଜୋର ଦେଉଛି । ଏବେ, ବିଜେପିର ଉଦ୍ଦେଶ୍ୟ ପୂରଣ ହୋଇଛି କିମ୍ବା ଲୋକଙ୍କ ମନ ଜିଣିବା ପାଇଁ ଦଳ ଅନ୍ୟ ଏକ ରଣନୀତି ଭିତ୍ତିରେ କାର୍ଯ୍ୟ କରିବା ଆବଶ୍ୟକ, ତାହା ଜାଣିବା ପାଇଁ ଦର୍ଶକମାନଙ୍କୁ ନିର୍ବାଚନ ଫଳାଫଳ ପ୍ରକାଶ ହେଲା ଯାଏ ଅପେକ୍ଷା କରିବାକୁ ପଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.