ETV Bharat / bharat

କୋରୋନା ସନ୍ଦେହରେ ମହିଳାଙ୍କୁ ଚଳନ୍ତା ବସରୁ ଠେଲିଦେଲେ କଣ୍ଡକ୍ଟର

author img

By

Published : Jul 9, 2020, 10:20 AM IST

ଉତ୍ତରପ୍ରଦେଶ ମଥୁରାରେ ଏକ ବସରେ ଯାଉଥିବା ଜଣେ ମହିଳାଙ୍କୁ କୋରୋନା ଆକ୍ରାନ୍ତ ସନ୍ଦେହ କରି କଣ୍ଡକ୍ଟର ତାଙ୍କୁ ଚଳନ୍ତା ବସରୁ ଠେଲି ଦେଇଥିବା ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ମହିଳାଙ୍କର ମୃତ୍ୟୁ ଘଟିଛି ।

corona
କୋରୋନା ସନ୍ଦେହରେ ମହିଳାଙ୍କୁ ଚଳନ୍ତା ବସରୁ ଠେଲି ଦେଲେ କଣ୍ଡକ୍ଟର

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ନିଜର ହିତାହିତ ଜ୍ଞାନ ଭୁଲିଗଲାଣି ମାନବ ଜାତି । ପ୍ରତିଦିନ ଏମିତି କିଛି ଖବର ଆସୁଛି ଯେଉଁଠି କୋରୋନା ସନ୍ଦେହରେ ବଢିଚାଲିଛି ଘୃଣା ଓ ଅମାନବିକତା । ଏବେ ଉତ୍ତରପ୍ରଦେଶ ମଥୁରାରେ ଏକ ବସରେ ଯାଉଥିବା ଜଣେ ମହିଳାଙ୍କୁ କୋରୋନା ଆକ୍ରାନ୍ତ ସନ୍ଦେହ କରି କଣ୍ଡକ୍ଟର ତାଙ୍କୁ ଚଳନ୍ତା ବସରୁ ଠେଲି ଦେଇଥିବା ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ମହିଳାଙ୍କର ମୃତ୍ୟୁ ଘଟିଛି ।

ଦିଲ୍ଲୀର ମଣ୍ଡବାଲିରେ ରହୁଥିବା ଏହି ମହିଳା ଜଣଙ୍କ ବୟସ ମାତ୍ର 19 ବର୍ଷ । ସେ ନିଜ ପରିବାରଙ୍କ ସହ ବସରେ ଯାତ୍ରା କରୁଥିଲେ । ସୂଚନା ଅନୁଯାୟୀ, ସେ ଆପେଣ୍ଡିସରେ ପୀଡିତ ଥିଲେ ଏବଂ ସ୍ୱାସ୍ଥ୍ୟ ଖରାପ କାରଣରୁ ସେ ଦୁର୍ବଳ ହୋଇପଡିଥିଲେ। ଏହା ଦେଖି ବସ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ କୋରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରିଥିଲେ । ଏହାପରେ ସେମାନେ ତାଙ୍କୁ ଚଳନ୍ତା ବସରୁ ଧକ୍କା ଠେଲି ଦେଇଥିଲେ ।

ଯେଉଁଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ତାଙ୍କ ଝିଅର କୋରୋନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଏପଟେ ବର୍ତ୍ତମାନ ଏହି ଘଟଣାକୁ ଗୁରୁତର ସହ ନେଇ ଦିଲ୍ଲୀ ମହିଳା ଆୟୋଗ ଉତ୍ତରପ୍ରଦେଶ ପୋଲିସକୁ ଜୁଲାଇ 15 ସୁଦ୍ଧା ଜବାବ ଦେବାକୁ କହିଛନ୍ତି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ମଥୁରା ପୋଲିସକୁ ନୋଟିସ ଜାରି କରି କହିଛନ୍ତି, ଏହା ଅତ୍ୟନ୍ତ ଅମାନବୀୟ ଘଟଣା। ଏହି ଘଟଣାରେ ଜଡିତ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବା ନିଶ୍ଚିତ କରାଯିବା ଉଚିତ୍।

ଏଥିସହ ସେ ପୋଲିସକୁ କହିଛନ୍ତି ଯେ, ଏଫଆଇଆର କପି, ଅଭିଯୁକ୍ତଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଏବଂ ଯଦି ଏପରି କରାଯାଇନାହିଁ ତାହାର କାରଣ ଦର୍ଶାଇବାକୁ ପୋଲିସକୁ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.