ETV Bharat / bharat

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ସ୍ବାତୀ ମାଲିୱାଲଙ୍କୁ ଅନଶନ ପାଇଁ ମିଳିଲାନି ଅନୁମତି

ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ସାରା ଦେଶ ପୀଡିତାଙ୍କୁ ନ୍ୟାୟ ଦାବି କରୁଥିବାବେଳେ ମଙ୍ଗଳବାର ଯନ୍ତରମନ୍ତରରେ ଅନଶନରେ ବସିବେ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ।

ଅନଶନରେ ବସିବେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା
ଫାଇଲ ଫଟୋ
author img

By

Published : Dec 3, 2019, 9:15 AM IST

Updated : Dec 3, 2019, 2:58 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଜଳୁଛି ଆକ୍ରୋଶର ନିଆଁ । ଏଭଳି ଏକ ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଚାରିଆଡୁ ଦାବି କରାଯାଉଛି । ଇତିମଧ୍ୟରେ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ କଠୋର ଆଇନ ପ୍ରଣୟନ କରିବାକୁ ମଙ୍ଗଳବାର ଅନଶନ କରିବାକୁ ନିଷ୍ପତ୍ତି ନେଇଥିଲେ ।

DCW chairperson swati maliwa
ଫଟୋ ସୌଜନ୍ୟ : @SwatiJaiHind

ସୋମବାର ସ୍ବାତୀ ନିଜ ଟ୍ବିଟ୍‌ରେ ଅନଶନରେ ବସିବା ନେଇ ସୂଚନା ଦେଇଥିଲେ । ସେ ଟ୍ବିଟ୍‌ରେ ଲେଖିଥିଲେ, 6 ବର୍ଷର ନାବାଳିକା ଏବଂ ମହିଳା ଡାକ୍ତରଙ୍କ ଚିତ୍କାର ତାଙ୍କୁ 2 ମିନିଟ୍‌ ବି ଶାନ୍ତିରେ ବସିବାକୁ ଦେଉନାହିଁ । ଦୁଷ୍କର୍ମକାରୀଙ୍କ 6 ମାସ ଭିତରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ । ଏହି ଆଇନକୁ ଲାଗୁ କରିବାକୁ ମଙ୍ଗଳବାର ଜନ୍ତର-ମନ୍ତରରେ ଆମରଣ ଅନଶନରେ ବସିବି । ଆଉ ଏହି ଅନଶନ ସେପର୍ଯ୍ୟନ୍ତ ଜାରି ରହିବ ଯେ ପର୍ଯ୍ୟନ୍ତ ମହିଳାଙ୍କ ସୁରକ୍ଷାକୁ ନେଇ ମୋତେ ଗ୍ୟାରେଣ୍ଟି ନ ମିଳିଛି ।

ଭିଡିଓ ସୌଜନ୍ୟ : ବ୍ୟୁରୋ ଇଟିଭି

ତେବେ ସ୍ବାତୀ ଦିଲ୍ଲୀ ଜନ୍ତର-ମନ୍ତରରେ ଆମରଣ ଅନଶନରେ ବସିବା ପୂର୍ବରୁ ଦିଲ୍ଲୀର ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ତାଙ୍କୁ ଅନଶନ ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେଇନାହିଁ । ତଥାପି ସେ ମହିଳାଙ୍କ ଅଧିକାର ଏବଂ ନ୍ୟାୟ ପାଇଁ ଏହି ଅନଶନ କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ସ୍ବାତୀ ମାଲିୱାଲ 2018ରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ 10 ଦିନ ଅନଶନରେ ବସିଥିଲେ । ସେ ସମୟରେ କେନ୍ଦ୍ର କ୍ୟାବିନେଟ 12 ବର୍ଷରୁ କମ୍‌ ନାବାଳିକାଙ୍କ ସହ ଦୁଷ୍କର୍ମ କରୁଥିବା ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ନେଇ ଆଇନ ପ୍ରବନ୍ଧନ ହୋଇଥିଲା । ଏହି ଘୋଷଣା ପରେ ସ୍ବାତୀ ନିଜ ଅନଶନରୁ ଓହରିଥିଲେ ।

Intro:Body:

BLANK

Conclusion:
Last Updated : Dec 3, 2019, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.