ETV Bharat / bharat

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ବୋହୂକୁ ନିଜ ଶାଶୁ ଘରେ ରହିବାର ଅଛି ଅଧିକାର - ସୁପ୍ରିମକୋର୍ଟ ରାୟ

ଘରୋଇ ହିଂସା ଆଇନ ଅନ୍ତର୍ଗତ ବୋହୂକୁ ନିଜ ସ୍ବାମୀର ବାପା ମା'ଙ୍କ ଘରେ ରହିବାର ସମ୍ପୂର୍ଣ୍ଣ ଅଧିକାର ଥିବା ସୁପ୍ରିମକୋର୍ଟ କହିଛନ୍ତି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ବୋହୂକୁ ନିଜ ଶାଶୁ ଘରେ ରହିବାର ଅଛି ଅଧିକାର

author img

By

Published : Oct 15, 2020, 4:45 PM IST

ନୂଆଦିଲ୍ଲୀ: ଦେଶର ସମସ୍ତ ବୋହୂଙ୍କ ପକ୍ଷରେ ଏକ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଘରୋଇ ହିଂସା ଆଇନ ଅନ୍ତର୍ଗତ ବୋହୂକୁ ନିଜ ସ୍ବାମୀର ବାପା ମା'ଙ୍କ ଘରେ ରହିବାର ସମ୍ପୂର୍ଣ୍ଣ ଅଧିକାର ଥିବା ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ 3 ବିଚାରପତିଙ୍କ ଖଣ୍ଡପୀଠ ତରୁଣ ବତ୍ରାଙ୍କ ମାମଲାରେ 3 ବିଚାରପତିଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ତରୁଣ ବତ୍ରାଙ୍କ ମାମଲାରେ ଦୁଇ ଜଣ ବିଚାରପତି କହିଥିଲେ ଯେ ବୋହୂମାନଙ୍କୁ ଘରୋଇ ହିଂସାରେ ନିଜ ସ୍ବାମୀଙ୍କ ପିତା ମାତାଙ୍କର ଘରେ ରହିବାର ଅଧିକାର ନାହିଁ। ତେବେ ବର୍ତ୍ତମାନ ତିନିଜଣିଆ ବେଞ୍ଚ ନିଷ୍ପତ୍ତିକୁ ପ୍ରତ୍ୟାହାର କରି 6ରୁ 7ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ କେବଳ ସ୍ବାମୀଙ୍କ ଅଲାଗା ଘରେ ନୁହେଁ, ବରଂ ନିଜ ଘର ଯେଉଁଠି ଶାଶୂ ଶ୍ବଶୁର ରହୁଥିବେ, ସେଠାରେ ମଧ୍ୟ ବୋହୂକୁ ରହିବାର ଅଧିକାର ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.