ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜନନୀ ସୁରକ୍ଷାରେ ମାଙ୍କ ପାଇଁ ହୋଇଥିବା ଆମ୍ବୁଲାନ୍ସ ନ ଆସିବାରୁ ଗରର୍ଭତୀ ଜଣଙ୍କ ବସରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ବସର ନାଁ ଅନୁସାରେ ନବଜାତର ନାଁ ରଖିଲେ ଶିଶୁର ମା ।
ହମିରପୁର ଜିଲ୍ଲାର ରାଠ କସବେର ଉଜାଲା ନାମକ ଜଣେ ଗର୍ଭବତୀ ଅସହ୍ୟ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ଡାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସକୁ ଫାେନ କରିଥିଲେ ହେଲେ ଆମ୍ବୁଲାନ୍ସ ଆସିନଥିଲା । ଫଳରେ ତାଙ୍କୁ ଏକ ବସ୍(ନଂ-ୟୁପି 95 ବି 3451)ରେ ଜିଲ୍ଲା ମୁଖ୍ୟ ଚିକିତ୍ସାକୁ ନିଆଯାଇଥିଲା । ହେଲେ ମହିଳା ଜଣଙ୍କ ବାଟରେ ଅର୍ଥାତ୍ ବସ୍ ଭିତରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଉଭୟ ମା ଓ ପିଲା ସୁସ୍ଥ ଥିବା ଜଣାପଡିଛି ।
ଏପଟେ ବସର ନାଁ ଅନୁସାରେ ପିଲାଟିର ନାଁ ମହୋବା ଡିପୋ ରଖି ବେଶ୍ ଖୁସି ଥିବା କହିଛନ୍ତି ଶିଶୁର ମା ।