ETV Bharat / bharat

କୋଭିଡ ରୋଗୀଙ୍କ ଡାଟା ସଂଗ୍ରହ କରିବ ଆଇସିଏମଆର, ଯୋଡି ହେବେ 15 ଅନୁଷ୍ଠାନ

ଦେଶରେ କୋରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ଅନେକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ସହିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋରୋନା ରୋଗୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଯୋଜନା କରିଛି।

କୋଭିଡ ରୋଗୀଙ୍କ ଡାଟା ସଂଗ୍ରହ କରିବ ଆଇସିଏମଆର
କୋଭିଡ ରୋଗୀଙ୍କ ଡାଟା ସଂଗ୍ରହ କରିବ ଆଇସିଏମଆର
author img

By

Published : Jul 30, 2020, 12:03 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ଅନେକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ସହିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋରୋନା ରୋଗୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଯୋଜନା କରିଛି। ଏନେଇ ଏକ ପ୍ରକଳ୍ପ ସୃଷ୍ଟି କରି, ଦେଶର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋରୋନା ରୋଗୀଙ୍କ ତଥ୍ୟ ସଂଗ୍ରହ କରାଯାଇ କୋଭିଡ କିପରି କିପରି ଠିକ୍ କରାଯିବ ତାହା ବୁଝିବା ସହଜ ହେବ।

ଏହି ପ୍ରକଳ୍ପର ନାମ ନ୍ୟାସନାଲ କ୍ଲିନିକାଲ୍ ରେଜିଷ୍ଟ୍ରି ରଖାଯାଇଛି । ଏହି ପ୍ରକଳ୍ପ କୋରୋନା ଚିକିତ୍ସାରେ କ୍ଲିନିକାଲ ପରୀକ୍ଷଣରେ ମଧ୍ୟ ସାହାଯ୍ୟ କରିବ । ଏହା ଦ୍ବାରା ଏକ ନୂତନ ଚିକିତ୍ସା ପଦ୍ଧତି କିମ୍ବା ନୂତନ ଔଷଧ ଉଦଭାବନ ହୋଇପାରିବ। ଏହି ପ୍ରକଳ୍ପରେ 15 ଟି ଅନୁଷ୍ଠାନ ଯୋଡି ହେବେ । ଏହା ଦ୍ବାରା ଏକ ବଡ ନେଟୱାର୍କ ଗଠନ କରି ଡାକ୍ତରଖାନା ଓ ମେଡିକାଲ କଲେଜ ଗୁଡିକ ସଂଯୋଗ ହୋଇପାରିବ। ତେବେ ଏଥିପାଇଁ ଆଇସିଏମଆର ସାଧାରଣ ନୈତିକ କମିଟିର ଅନୁମୋଦନକୁ ଅପେକ୍ଷା କରାଯାଇଛି।

ଏହି ପ୍ରସ୍ତୁତି ବିଷୟରେ ଆଇସିଏମଆରର ମହାନିର୍ଦ୍ଦେଶକ ଡ଼ଃ ବଳରାମ ଭାର୍ଗବ କହିଛନ୍ତି, ଆମେ ଏକ କ୍ଲିନିକାଲ୍ କୋଭିଡ୍ ରେଜିଷ୍ଟ୍ରି ଆରମ୍ଭ କରିବାକୁ ଯାଉଛୁ, ଏଥିରେ ଦେଶର 15 ଟି ଅନୁଷ୍ଠାନ ଅନ୍ତର୍ଭୁକ୍ତ ହେବ। ଏହି ଅନୁଷ୍ଠାନ ଗୁଡିକୁ ଏକାଠି କରିବାର ଉଦ୍ଦେଶ୍ୟ ହେଉଛି ସେମାନେ ଏହି କାର୍ଯ୍ୟ ପାଇଁ ଅନ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜ ଗୁଡିକୁ ଉତ୍ସାହିତ କରିପାରିବେ ।

ଦେଶରେ 15 ଲକ୍ଷରୁ ଅଧିକ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରତିଦିନ ପ୍ରାୟ 50,000 ସଂକ୍ରମଣର ରିପୋର୍ଟ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଇସିଏମଆର ପଦକ୍ଷେପ କୋରୋନା ରୋଗୀଙ୍କ ଚିକିତ୍ସାରେ କିପରି ଉନ୍ନତି ଆଣିପାରିବ ତାହା ଚର୍ଚ୍ଚାର ବିଷୟ ହେବ । ଦେଶରେ ଅନଲକ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି କ୍ଷେତ୍ରରେ କୋରୋନା ସଂକ୍ରମଣର ସମ୍ଭାବନା ଅଧିକ । ଏହାକୁ ଦୃଷ୍ଟିରେ ରଖି ଆଇସିଏମଆର ଚିକିତ୍ସା ପଦ୍ଧତିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଜାରି ରଖିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.