କୋଲକାତା: ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲକୁ ନେଇ ଲଢେଇ। ଏହି ଲଢେଇରେ ଓଡିଶା ଜିତିବା ସହ ପ୍ରମାଣ ମିଳିଲା ରସଗୋଲା ଓଡିଆଙ୍କର। ହେଲେ ଏବେ ଅନ୍ୟ ଏକ ଜିଆଇ ଟାଗ୍ ତାଲିକାରେ ସାମିଲ ହେବାକୁ ଚାହୁଁଛି ଦାର୍ଜିଲିଂର 'ଗ୍ରୀନ ଓ ହ୍ବାଇଟ ଟି'।
ଏନେଇ ଦାର୍ଜିଲିଂ ଟି ଆସୋସିଏସନ ଦାବି କରିଛି। ବିଭାଗର କହିବା ଅନୁସାରେ ପୂର୍ବରୁ ପାହାଡରେ ଥିବା ଏହି 'ଗ୍ରୀନ ଓ ହ୍ବାଇଟ ଟି' କୁ ଜିଆଇ ଟ୍ୟାଗ୍ର ମାନ୍ୟତା ଦେବା ପାଇଁ ନାମ ପଞ୍ଜିକରଣ କରାଯାଇଥିଲା।
ଏହି 2 କିଷମର ଚା' ପତିକୁ ଜିଓଗ୍ରାଫିକାଲ ଇଣ୍ଡିକେସନ ଅଫ ଗୁଡ୍( ରେଜଷ୍ଟ୍ରେସନ ଆଣ୍ଡ ପ୍ରୋଟେକସନ) ନିୟମ 1999ରେ ପଞ୍ଜିକୃତ ହେବା ସହ ଅକ୍ଟୋବର 2019 ପର୍ଯ୍ୟନ୍ତ ଜିଆଇ ଟ୍ୟାଗ ପାଇଁ ଦାବି ହୋଇଆସୁଛି। ଏନେଇ ଟି' ବୋର୍ଡ ଡିସେମ୍ବର 2017 ମସିହାରେ ଏକ ଦରଖାସ୍ତ ଦାଖଲ କରିଥିବା ଡିଟିଏ କହିଛନ୍ତି।
ଏହି ଟ୍ୟାଗ ଦାର୍ଜିଲିଂ ଚା'ର ବୌଦ୍ଧିକ ସମ୍ପଦ ଅଧିକାରର ସୁରକ୍ଷା କରିବ। ଯାହାକୁ ଦେଶର ମୁଖ୍ୟ ଓ ବିଳାସମୟ ଉତ୍ପାଦନ ଭାବେ ବିବେଚିତ କରାଯିବ।