ETV Bharat / bharat

ଭବିଷ୍ୟତ ପାଇଁ ଟ୍ରେନ ଇଞ୍ଜିନରେ ଯାତ୍ରା, ଭିଡ଼ିଓ ଭାଇରାଲ

ଭବିଷ୍ୟତ ପାଇଁ ବିପଦପୂର୍ଣ୍ଣ ଯାତ୍ରା । ସରକାରୀ ଚାକିରି ପାଇଁ ପରୀକ୍ଷାର୍ଥୀମାନେ ହରିଆଣାରେ ବିପଦପୂର୍ଣ୍ଣ ଯାତ୍ରା ଆରମ୍ଭ କରିଥିଲା । ଜିନ୍ଦରୁ କୁରୁକ୍ଷେତ୍ର ଯାଉଥିବା ଏକ ଟ୍ରେନର ଇଞ୍ଜିନରେ ବସି ପିଲାମାନେ ଯାତ୍ରା କରିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 23, 2019, 5:29 PM IST

ଚଣ୍ଡିଗଡ଼: ଭବିଷ୍ୟତ ପାଇଁ ବିପଦପୂର୍ଣ୍ଣ ଯାତ୍ରା । ବାଜି ଲାଗୁଛି ଜୀବନ । ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀମାନେ ଟ୍ରେନରେ ବିପଦଜ୍ଜନକ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ହରିଆଣାର କୁରୁକ୍ଷେତ୍ରରେ ଦେଖିବାକୁ ମିଳିଛି । ସୋମବାର ରାଜ୍ୟ କର୍ମଚାରୀ ପ୍ରବରଣ ଆୟୋଗ ଦ୍ବାରା ହେଉଥିବା ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲେ ।

ତେବେ କିଛି ଛାତ୍ର ଟ୍ରେନରେ ବିପଦପୂର୍ଣ୍ଣ ଟ୍ରେନ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଜିନ୍ଦରୁ କୁରୁକ୍ଷେତ୍ର ଯାଉଥିବା କିଛି ଛାତ୍ର ଟ୍ରେନର ଇଞ୍ଜିନର ଆଗରେ ବସିକି ଯାତ୍ରା କରୁଥିବା ବେଳେ ଅନ୍ୟ କିଛି ବିପଦଜ୍ଜନକ ଭାବେ ବଗିର ଦୁଆରମୁହଁରେ ବସିକି ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଦୂରଦୁରାନ୍ତରେ ପରୀକ୍ଷା କେନ୍ଦ୍ର ଗୁ଼ଡ଼ିକ ହୋଇଥିବାରୁ ପରୀକ୍ଷାର୍ଥୀମାନେ ଏଭଳି ଅବସ୍ଥାରେ ଯାଉଥିବା ଦେଖିବାକୁ ମିଳିଛି ।

ସେପଟେ ପରୀକ୍ଷାର୍ଥୀଙ୍କ ସରଳ ଯାତ୍ରା ପାଇଁ ନା ରାଜ୍ୟ ସରକାର, ନା ରେଳବାଇ,କାହା ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଜଣାପଡ଼ିଛି । ଏଭଳି କ୍ଷେତ୍ରରେ ଯଦି ଯାତ୍ରା ସମୟରେ କୌଣସି ଛାତ୍ରର ମୃତ୍ୟୁ ଘଟେ ତେବେ ସେଥିପାଇଁ ଦାୟୀ କିଏ ହେବ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ନାଁ ରାଜ୍ୟ ସରକାର କୌଣସି ଏକ ବଡ଼ ଧରଣର ଦୁର୍ଘଟଣାକୁ ଅପେକ୍ଷା କରିଛନ୍ତି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.