ଜୟପୁର: ତିନି ଜଣ ଦଳିତ ଯୁବକଙ୍କୁ ମାଡ ମାରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ 2 ଜଣଙ୍କୁ ଗିରଫ କରିଛି ରାଜସ୍ଥାନ ପୋଲିସ । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ, ଫେବୃଆରୀ 15 ତାରିଖରେ ରାଜସ୍ଥାନର ଫତେଗଡ ଅଞ୍ଚଳର ରାମା ଗାଁରୁ ଗଧ ଚୋରି କରିବା ଅଭିଯୋଗରେ 3 ଜଣ ଦଳିତଙ୍କୁ କିଛି ଲୋକ ମାଡ ମାରିବା ସହ ପୋଲିସ ଜିମାରେ ଦେଇଥିଲେ । ପୋଲିସ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ତେବେ କୋର୍ଟରେ ତାଙ୍କୁ ଜାମିନ ମିଳିଥିଲା । ପରେ ଏହି ମାଡ ମାରିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ଚାପରେ ଆସି ମାଡ ମାରିଥିବା ଅଭିଯୋଗରେ ଗାଁର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ତେବେ ପୋଲିସ କାହିଁକି ପ୍ରଥମେ ମାଡ ମାରିଥିବା କୌଣସି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ