ETV Bharat / bharat

ବାତ୍ୟା 'ନିସର୍ଗ' ତାଣ୍ଡବ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ପଶୁପକ୍ଷୀ

author img

By

Published : Jun 3, 2020, 4:11 PM IST

ବାତ୍ୟା ନିସର୍ଗକୁ ଦୃଷ୍ଟିରେ ରଖି ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ବୁଧବାର ବାଇକୁଲା ପ୍ରାଣୀ ଉଦ୍ୟାନର ବାଘ, ଚିତାବାଘ, ହାଇନା, ବିଭିନ୍ନ ସରୀଶୃପଙ୍କୁ ଅନ୍ୟାନ୍ୟ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରିଛନ୍ତି।

cyclone
ବାତ୍ୟା 'ନିସର୍ଗ' ପାଇଁ ପ୍ରାଣୀଉଦ୍ୟାନରୁ ପଶୁପକ୍ଷୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ମୁମ୍ବାଇ: ବାତ୍ୟା 'ନିସର୍ଗ'କୁ ଦୃଷ୍ଟିରେ ରଖି ମୁମ୍ବାଇ ପ୍ରାଣୀ ଉଦ୍ୟାନର ସମସ୍ତ ପଶୁପକ୍ଷୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ନିସର୍ଗକୁ ଦୃଷ୍ଟିରେ ରଖି ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ବୁଧବାର ବାଇକୁଲା ପ୍ରାଣୀ ଉଦ୍ୟାନର ବାଘ, ଚିତାବାଘ, ହାଇନା, ବିଭିନ୍ନ ସରୀସୃପଙ୍କୁ ଅନ୍ୟାନ୍ୟ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରିଛନ୍ତି।

ନାଗରିକ ସଂସ୍ଥା ମତ ରଖିଛି ଯେ, ଭିର ମାତା ଜିଜାବାଇ ଭୋସଲେ ଉଦ୍ୟାନ ଏବଂ ପ୍ରାଣୀ ଉଦ୍ୟାନ ସାଧାରଣତଃ ବାଇକୁଲା ପ୍ରାଣୀ ଉଦ୍ୟାନ ଭାବରେ ଜଣାଶୁଣା । ଏହି ଉଦ୍ୟାନ ପଶୁପକ୍ଷୀଙ୍କ ପାଇଁ ସୁରକ୍ଷିତ ।

ପ୍ରାଣୀ ଉଦ୍ୟାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରୀସୃପ ସମେତ 300 ପଶୁପକ୍ଷୀଙ୍କ ପାଇଁ ଆମେ ବ୍ୟବସ୍ଥା କରିଛୁ। ସହରରେ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଆମେ ସେମାନଙ୍କୁ କେନ୍ଦ୍ରରେ ରଖିବୁ।

ବିଏମସି ଆହୁରି ସୂଚନା ଦେଇଛି ଯେ, ସେମାନେ 20 ଜଣ ସଦସ୍ୟଙ୍କୁ ଜରୁରୀକାଳୀନ ଟିମ୍ ପାଇଁ ନିୟୋଜିତ କରିଛନ୍ତି । ପ୍ରାଣୀ ରକ୍ଷକ, ସୁରକ୍ଷା କର୍ମୀ ରହିଛନ୍ତି । ପ୍ରଶାସନ କୌଣସି ଅଘଟଣର ମୁକାବିଲା ପାଇଁ ଗଛ କଟା ମେସିନ୍ ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେଇଛନ୍ତି। ବାତ୍ୟା ସମୟରେ ପ୍ରାଣୀ ଉଦ୍ୟାନର ସ୍ଥାନଗୁଡିକ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.