ETV Bharat / bharat

ମହାରାଷ୍ଟ୍ରରେ ‘ନିସର୍ଗ’ ତାଣ୍ଡବ: ନେଇଗଲା ଛାତ, ଉଡିଲା ବାଇକ - cyclone

ମହାରାଷ୍ଟ୍ର ଆଲିବାଗରେ ଲ୍ୟାଣ୍ଡଫଲ କଲା ବାତ୍ୟା ନିସର୍ଗ । ଏହାର ପ୍ରଭାବରେ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ 100 ରୁ 120 ବେଗରେ ପ୍ରବଳ ପବନ ବହିଛି । ଘୂର୍ଣ୍ଣିବଳୟ ନିସର୍ଗ ଆଲିବାଗ ଉପକୂଳରେ ମାଡ ହୋଇଥିବାରୁ ଉକ୍ତ ଅଞ୍ଚଳରେ ପ୍ରବଳ ପବନ ସହିତ ବର୍ଷା ଜାରି ରହିଛି ।

ମହାରାଷ୍ଟ୍ରର ଆଲିବାଗ ଉପକୂଳରେ ଲ୍ୟାଣ୍ଡଫଲ କଲା ନିସର୍ଗ

author img

By

Published : Jun 3, 2020, 5:33 PM IST

Updated : Jun 3, 2020, 6:04 PM IST

ମୁମ୍ବାଇ: ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଝଡ ନିସର୍ଗ ଲ୍ୟାଣ୍ଡଫଲ କରିଛି । ଏହି ଝଡ ଆଲିବାଗ ଉପକୂଳରେ ଲ୍ୟାଣ୍ଡ କରିଛି । ପାଣିପାଗ ବିଭାଗ ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 120 କିମି ବେଗରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମୁମ୍ବାଇ, ଥାନେ, ରାଇଗଡରେ ତାଣ୍ଡବ ରଚୁଛି ନିସର୍ଗ । ପ୍ରବଳ ପବନରେ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ବର୍ଷା ହେଉଛି। ମୁମ୍ବାଇ ବିମାନବନ୍ଦରରେ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ହୋଇ ବାନ୍ଦ୍ରା-ୱର୍ଲି ସମୁଦ୍ର ଲିଙ୍କରେ ଯାତାୟାତ ବନ୍ଦ ହୋଇଯାଇଛି । ମୁମ୍ବାଇ ଓ ଗୁଜୁରାଟର ଅଧିକାଂଶ ଅଞ୍ଚଳରେ ରେଡ ଆଲର୍ଟ ଜାରି ହୋଇଛି ।

ମହାରାଷ୍ଟ୍ରରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ନିସର୍ଗ’, ଘଣ୍ଟାପ୍ରତି ବେଗ 100 ରୁ 120
ମୁମ୍ବାଇର ଅଧିକାଂଶ ଅଞ୍ଚଳରେ 100 ରୁ 120 ବେଗରେ ପ୍ରବଳ ପବନ ବହୁଛି । ଘୂର୍ଣ୍ଣିବଳୟ ନିସର୍ଗ ଆଲିବାଗ ଉପକୂଳରେ ମାଡ ହୋଇଥିବାରୁ ଉକ୍ତ ଅଞ୍ଚଳରେ ପ୍ରବଳ ପବନ ସହିତ ବର୍ଷା ଜାରି ରହିଛି ।

ଏହି ସମୟ ମଧ୍ୟରେ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଉପକୂଳବର୍ତ୍ତୀ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ବାନ୍ଦ୍ରା-ୱର୍ଲି ସାଗର ଲିଙ୍କରେ ଟ୍ରାଫିକ ଚଳାଚଳ ବନ୍ଦ କରାଯାଇଛି । ମହାରାଷ୍ଟ୍ରରେ NDRFର 21 ଟି ଟିମ ନିୟୋଜିତ ହୋଇଛନ୍ତି ।

Last Updated : Jun 3, 2020, 6:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.