ହାଇଦ୍ରାବାଦ: 2019ରେ ପ୍ରାୟ 44,546ଟି ସାଇବର କ୍ରାଇମ ହୋଇଛି । 2018 ତୁଳନାରେ ଏହା 63.5 ପ୍ରତିଶତ ବୃଦ୍ଧି ପାଇଛି । 2018ରେ ଏହା 27,248 ମାମଲା ସାମ୍ନାକୁ ଆସିଥିଲା । ଏହି ଅଧୀନରେ ଅପରାଧ ହାର 2018 ରେ 2.0 ରୁ 2019 ରେ 3.3 କୁ ବୃଦ୍ଧି ପାଇଛି। 2019 ମସିହାରେ ସାଇବର ଅପରାଧ ମାମଲାରେ 60.4 ପ୍ରତିଶତ ରହିଛି । ଏଥିରେ ସାଇବର୍ ଫ୍ରଡ୍ ମାମଲା 26,891 ରହିଥିବା ବେଳେ ଯୌନ ଶୋଷଣ ମାମଲା 2,266 ରହିଛି ଓ ଅନ୍ୟ ମାମଲା 1,874 ରହିଛି ।
2019ରେ ପଞ୍ଜୀକୃତ ସାଇବର ଅପରାଧର ଏକ ପ୍ରୋଫାଇଲରେ ଦର୍ଶାଯାଇଛି ଯେ 26,891 ମାମଲାରେ 2,266 ମାମଲା ଯୌନ ଶୋଷଣ (5.1%), 1,874 ମାମଲାରେ (4.2%) ଅସନ୍ତୋଷ, 1,842 ମାମଲାରେ ଚୋରୀ, ପ୍ରାଙ୍କ୍ 1,385 ମାମଲାରେ, 1,207 ମାମଲାରେ ବ୍ୟକ୍ତିଗତ ପ୍ରତିଶୋଧ ଓ 581 ମାମଲାରେ କ୍ରୋଧ ।
316ଟି ସାଇବର ଅପରାଧର ରାଜନୈତିକ ଉଦ୍ଦେଶ୍ୟ ଥିବାବେଳେ 199 ଟି ଆତଙ୍କବାଦ ସହ ଜଡିତ ଥିଲା । ମୋଟ 44,546 ସାଇବର ଅପରାଧ ମଧ୍ୟରୁ 30,729 ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମର ବିଭିନ୍ନ ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଛି । ଆଇପିସି ଅଧୀନରେ 13,730 ଆଇଟି ଆକ୍ଟ ଏବଂ 87 ଟି ଆଇଟି ଆକ୍ଟ ସହିତ ସ୍ବତନ୍ତ୍ର ଏବଂ ସ୍ଥାନୀୟ ଆଇନ (SLL) ଅଧୀନରେ ପଞ୍ଜିକୃତ ହୋଇଛି।
କର୍ଣ୍ଣାଟକରେ ସର୍ବାଧିକ ସାଇବର ଅପରାଧ 12,020 । ଏହାପରେ ଉତ୍ତରପ୍ରଦେଶ (11,416) ଏବଂ ମହାରାଷ୍ଟ୍ର (4,967) ରହିଛି। ରେଜିଷ୍ଟର ହୋଇଥିବା କେସ୍ ଆଧାରରେ ସାଇବର ଅପରାଧ ହାର କର୍ଣ୍ଣାଟକରେ ସର୍ବାଧିକ ଥିଲା (18.2), ଏହାପରେ ତେଲେଙ୍ଗାନା (7.2), ଆସାମ (6.2) ଏବଂ ଉତ୍ତରପ୍ରଦେଶ (5.1) ରହିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ