ETV Bharat / bharat

ସିଏଏ ସଚେତନତା ବାର୍ତ୍ତା ପାଇଁ ୱାୟନାଡ ଜିଲ୍ଲାପାଳଙ୍କୁ ସୋସିଆଲ ମିଡିଆରେ ବିରୋଧ - ନାଗରିକ ସଂଶୋଧନ ଆଇନ

କେରଳର ୱାୟନାଡ ଜିଲ୍ଲାପାଳ ଅଦିଲା ଅବଦୁଲ୍ଲା ବିଜେପି ନେତାଙ୍କ ଠାରୁ ନାଗରିକ ସଂଶୋଧନ ଆଇନକୁ ନେଇ କରାଯାଉଥିବା କାର୍ଯ୍ୟକ୍ରମର ପୁସ୍ତିକା ଗ୍ରହଣ କରି  ସାମାଜିକ ଗଣମାଧ୍ୟମରେ ବିବାଦ ଘେରକୁ ଆସିଛନ୍ତି । ଅଧିକ ପଢନ୍ତୁ...

cyber-attack-faceing-caa-pamphlet-of-wayanad-collector
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jan 10, 2020, 11:59 AM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ନେଇ ୱାୟନାଡ ଜିଲ୍ଲାପାଳ ଅଦିଲା ଅବଦୁଲ୍ଲା ସାମାଜିକ ଗଣମାଧ୍ୟମରେ ଆକ୍ରୋଶର ଶିକାର ହୋଇଛନ୍ତି । ଜିଲ୍ଲାପାଳ ଅଦିଲା ଅବଦୁଲ୍ଲା ବିଜେପି ନେତାଙ୍କ ଠାରୁ ନାଗରିକତା ସଂଶୋଧନ ଆଇନକୁ ନେଇ କରାଯାଉଥିବା କାର୍ଯ୍ୟକ୍ରମର ପାମ୍ପଲେଟ ଗ୍ରହଣ କରିଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ବିରୋଧ କରାଯାଉଛି ।

ଜିଲ୍ଲାପାଳ କହିଛନ୍ତି ବିନା କୌଣସି ତଥ୍ୟରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବା ସାଇବର ଆଇନ ଅନୁସାରେ ଅପରାଧ । ତାଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଆଣିବା ସହ ରାଜନୈତିକ ପୃଷ୍ଠଭୂମିରୁ ତାଙ୍କୁ ଦୂରେଇ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି ।

ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିଜେପି ଲୋକସମ୍ପର୍କ ଆଭିଯାନ ଆରମ୍ଭ କରିଛି । ଏହାକୁ ନେଇ ଭାଜପାର ନେତା ଓ ଦଳୀୟ କାର୍ଯ୍ୟକର୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସି ପୁସ୍ତିକା ଓ ପାମ୍ପଲେଟ ପ୍ରଦାନ କରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମଡିଆରେ ସାଇବର ଗୁଣ୍ଡାଗର୍ଦ୍ଦିର ସେ ସାମନା କରୁଥିବା ଅଭିଯୋଗ କରିଛନ୍ତି ।

Intro:Body:

vcv

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.