ETV Bharat / bharat

CWC ବୈଠକ ଆରମ୍ଭ: ଅଧ୍ୟକ୍ଷା ପଦ ଛାଡିପାରନ୍ତି ସୋନିଆ - ଅଧ୍ୟକ୍ଷ ପଦ ଛାଡିପାରନ୍ତି ସୋନିଆ ଗାନ୍ଧୀ

କଂଗ୍ରେସ ୱାର୍କିଂ କମିଟି(CWC) ବୈଠକ ଆରମ୍ଭ । ଭିସି ଯୋଗେ କଂଗ୍ରେସର ନେତାମାନେ ସାମିଲ । ଅଧିକ ପଢନ୍ତୁ...

CWC ବୈଠକ ଆରମ୍ଭ: ଅଧ୍ୟକ୍ଷା ପଦ ଛାଡିପାରନ୍ତି ସୋନିଆ ଗାନ୍ଧୀ

author img

By

Published : Aug 24, 2020, 12:42 PM IST

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି(CWC) ବୈଠକ ଆରମ୍ଭ ହୋଇଛି । କୋରୋନା କଟକଣା ପାଇଁ ଭିସି ଯୋଗେ କଂଗ୍ରେସର ନେତାମାନେ ଏଥିରେ ଯୋଗ ଦେଇଛନ୍ତି । ତେବେ ବୈଠକରେ ବର୍ତ୍ତମାନ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ପଦ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

  • Mrs Gandhi and Rahul ji have shown what it means to sacrifice for the greater good of the people and the party.Its now time to build consensus and consolidate.
    Our future is stronger when we’re united. Most Congress workers would like to see Rahul ji take over and lead the party

    — Sachin Pilot (@SachinPilot) August 23, 2020 " class="align-text-top noRightClick twitterSection" data=" ">

ପୁଣି ଥରେ ରାହୁଲ ଗାନ୍ଧି କଂଗ୍ରେସ ଭାର ସମ୍ଭାଳିପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି । ତେବେ ଅନେକ କଂଗ୍ରେସ ନେତା ସୋନିଆ ଗାନ୍ଧି ହିଁ ପଦରେ ରୁହନ୍ତୁ ବୋଲି ଚାହୁଁଛନ୍ତି ।

  • Entire Congress Party in Karnataka stands by the leadership of Smt. Sonia Gandhi and the Gandhi family.

    Mrs. Gandhi has led the Congress during times of crisis and saved our party.

    Anything that has to be discussed must be done so in the party forum and not in the media.

    — DK Shivakumar (@DKShivakumar) August 23, 2020 " class="align-text-top noRightClick twitterSection" data=" ">

ସେପେଟ ଗାନ୍ଧି ପରିବାରକୁ ଛାଡି ଅନ୍ୟ ହାତରେ କଂଗ୍ରେସ ଅଧ୍ୟକ୍ଷ ପଦ ନ୍ୟସ୍ତ କରିବାକୁ ଗୋଟିଏ ଗୋଷ୍ଠୀ ଚାହୁଁଥିବା ଚର୍ଚ୍ଚା ଧରିଛି । ତେବେ ଏସବୁ ଭିତରେ କିଛି କଂଗ୍ରେସ କର୍ମୀ ଦିଲ୍ଲୀ କଂଗ୍ରେସ ଭବନ ସାମ୍ନାରେ ଗାନ୍ଧି ପରିବାରରୁ ହିଁ ଦଳର ଅଧ୍ୟକ୍ଷ ଚୟନ ହୁଅନ୍ତୁ ବୋଲି ନାରା ଦେଇଛନ୍ତି । ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ନଚେତ୍‌ ପ୍ରିୟଙ୍କା ଗାନ୍ଧିଙ୍କ ମଧ୍ୟରେ ଜଣଙ୍କୁ କାହାକୁ ଦଳର ଅଧ୍ୟକ୍ଷ ପଦରେ ବସା ଯିବାକୁ ସେମାନେ ନାରା ଦେଉଛନ୍ତି ।

  • Any suggestion or insinuation that Mrs. Sonia Gandhi’s leadership is in question is absurd.

    I appeal to Mrs. Sonia Gandhi to give strength to the Congress Party by continuing as President and lead the Congress.

    — Office Of Kamal Nath (@OfficeOfKNath) August 23, 2020 " class="align-text-top noRightClick twitterSection" data=" ">

ସୂଚନାଥାଉକି, ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କଂଗ୍ରେସର 20 ଜଣ ବରିଷ୍ଠ ନେତା ଦଳ ପାଇଁ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ କରିବାକୁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ଯାହାକୁ ନେଇ ରାଜନୀତି ଗଳିରେ ଚର୍ଚ୍ଚା ଜୋର ଧରିଛି ।

2019 ମସିହାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.