ETV Bharat / bharat

ଆଇଜିଆଇ ବିମାନବନ୍ଦରରୁ 44 ଲକ୍ଷର ସୁନା ଜବତ - 2 ସନ୍ଦିଗ୍ଧଙ୍କୁ ଗିରଫ

ଆଇଜିଆଇ ବିମାନବନ୍ଦରର କଷ୍ଟମ ବିଭାଗ ପକ୍ଷରୁ ଏହାକୁ ଜବତ କରାଯାଇଛି । ପାଖାପାଖି 1275 ଗ୍ରାମ ଓଜନର ସୁନା ବ୍ରେସଲେଟ ଜବତ କରିବା ସହ 2ଜଣଙ୍କୁ ଗିରଫ କରାଯାଇଛି ।

44 ଲକ୍ଷର ସୁନା ଜବତ
author img

By

Published : Oct 21, 2019, 2:49 PM IST

ହାଇଦ୍ରାବାଦ: ବିମାନବନ୍ଦରରୁ ଜବତ ହେଲା 44 ଲକ୍ଷର ସୁନା ବ୍ରେସଲେଟ । ଆଇଜିଆଇ ବିମାନବନ୍ଦରର କଷ୍ଟମ ବିଭାଗ ପକ୍ଷରୁ ଏହାକୁ ଜବତ କରାଯାଇଛି । ପାଖାପାଖି 1275 ଗ୍ରାମ ଓଜନର ସୁନା ବ୍ରେସଲେଟ ଜବତ କରିବା ସହ 2ଜଣଙ୍କୁ ଗିରଫ କରାଯାଇଛି ।

ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-3 ରେ କଷ୍ଟମ ବିଭାଗ ପକ୍ଷରୁ ଦୁବାଇରୁ ଆସିଥିବା 2ଜଣ ଯାତ୍ରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପାଖାପାଖି 1275 ଗ୍ରାମ ଓଜନର ସୁନା ବ୍ରେସଲେଟ ଜବତ କରାଯାଇଛି ।

କଷ୍ଟମ ବିଭାଗର ମିଳିତ କମିଶନର ନିରଞ୍ଜନ ସିସିଙ୍କ କହିବାନୁସାରେ, ଦୁବାଇରୁ ଆସିଥିବା 2 ଯାତ୍ରୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପରୁ ସନ୍ଦେହ ଉପୁଜିଥିଲା । ଏହାପରେ ସେମାନଙ୍କ ବ୍ୟାଗର ତଲାସି ନିଆଯିବା ପରେ ସେଥିରୁ ସିଲଭର କୋଟେଡ ଦିଆ 1275 ଗ୍ରାମ ଓଜନର ସୁନା ବ୍ରେସଲେଟ ଜବତ କରାଯାଇଛି ।

ଯାହାକୁ ଏହି ସନ୍ଦିଗ୍ଧମାନେ ନିଜ ସାର୍ଟରେ ଲୁଚାଇ ଆଣୁଥିଲେ । ଯାହାର ଆନୁମାନିକ ମୂଲ୍ୟ 44 ଲକ୍ଷ 15 ହଜାର କୁହାଯାଉଛି । ତେବେ ପଚରାଉଚରା ସମୟରେ କଷ୍ଟମ ବିଭାଗକୁ ଜଣାପଡିଥିଲା ଯେ, ପୂର୍ବରୁ ମଧ୍ୟ ନିଜ ବିମାନ ଯାତ୍ରାରେ ଏହି ସନ୍ଦିଗ୍ଧମାନେ 2407 ଗ୍ରାମର ସୁନା ତସ୍କର କରୁଥିଲେ । ତେବେ କଷ୍ଟମ ବିଭାଗ ପକ୍ଷରୁ ଏହି ସୁନାକୁ ଜବତ କରିବା ସହ 2 ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.