ହାଇଦ୍ରାବାଦ: ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ କଷ୍ଟମ ବିଭାଗ ପକ୍ଷରୁ 22ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି । ଜବତ ସୁନାର ପରିମାଣ 12ଶହ ଗ୍ରାମ ହେବ ବୋଲି ଜଣାପଡିଛି । ଏ ଘଟଣାରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି ।
ଯାତ୍ରୀ ଜଣକ ଦୁବାଇରୁ ଦିଲ୍ଲୀ ଦେଇ ହାଇଦ୍ରାବାଦ ଆସୁଥିଲେ ବୋଲି କଷ୍ଟମ ବିଭାଗର ଅତିରିକ୍ତ କମିଶନର ଅମନଦୀପ ସିଂ ସୂଚନା ଦେଇଛନ୍ତି । ବିମାନବନ୍ଦରର 3 ନମ୍ବର ଟର୍ମିନାଲର ସିକ୍ୟୁରିଟି ଚେକିଂ ବେଳେ ଯାତ୍ରୀ ଜଣକ ଧରାପଡିଥିଲେ ।