ETV Bharat / bharat

ଅଭିଶପ୍ତ ଚାଷଜମି, ଚାଷ କଲେ ମୃତ୍ୟୁ ସୁନିଶ୍ଚିତ! - ଅଜଣା କଥ

ମୃତ୍ୟୁ ଭୟରେ ଗୋଚର ଭୂଇଁ ପାଲଟିଛି ଉର୍ବର ଚାଷ ଜମି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଅନ୍ଧବିଶ୍ବାସରେ ଅଭିଶପ୍ତ ଏହି ସୁନ୍ଦର ଚାଷଜମି । ବିଶ୍ବାସ ରହିଛି ଯେ, ଏଠାରେ ଚାଷ କଲେ ପରିବାରର ଜଣଙ୍କ ମୁଣ୍ଡ ନେଇଯାଏ ଏ ଜମି । ଅଧିକ ପଢନ୍ତୁ...

cursed-farmland-death-is-certain-if-cultivated
ଅଭିଶପ୍ତ ଚାଷଜମି, ଚାଷ କଲେ ମୃତ୍ୟୁ ସୁନିଶ୍ଚିତ!
author img

By

Published : Jul 14, 2020, 4:11 PM IST

ନବରଙ୍ଗପୁର: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ବାସକୁ ଜାବୁଡି ଧରିଛି ମଣିଷ । ମୃତ୍ୟୁ ଭୟରେ ଗୋଚର ଭୂଇଁ ପାଲଟିଛି ଉର୍ବର ଚାଷ ଜମି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଅନ୍ଧବିଶ୍ବାସରେ ଅଭିଶପ୍ତ ଏହି ସୁନ୍ଦର ଚାଷଜମି । 50 ଡିସିମିଲ ଏହି ଜମିର ମାଲିକ ହେଉଛନ୍ତି ମକର ଅମନାତ୍ୟ । ନବରଙ୍ଗପୁର କୋଙ୍ଗ୍ରା ଗାଁର ରାସ୍ତା କଡରେ ରହିଛି ଏହି ଜମି । ଏଠାକୁ ଜଳସେଚନର ମଧ୍ୟ ରହିଛି ସୁବିଧା । କିନ୍ତୁ ବର୍ଷ ବର୍ଷ ଧରି ଏଠି ହୋଇନାହିଁ ଚାଷୀ । ବିଶ୍ବାସ ରହିଛି ଯେ, କାଳେ ଏଠି ଚାଷ କଲେ ପରିବାରର ଜଣଙ୍କ ମୁଣ୍ଡ ନିଏ ଏ ଜମି ।

ଅଭିଶପ୍ତ ଚାଷଜମି, ଚାଷ କଲେ ମୃତ୍ୟୁ ସୁନିଶ୍ଚିତ!

ପୂର୍ବରୁ 4 ଜଣ ପିଢି ପରେ ପିଢି ଉତ୍ତରାଧିକାରୀ ଭାବେ ଜମି ମାଲିକ ମାନେ ଚାଷ କରି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଜମି ମାଲିକ ମକର ଅମନାତ୍ୟ କୁହନ୍ତି ଯେ, ଏହି ଜମି ପାଇଁ ତାଙ୍କ ଗୋସେଇଁ ବାପାଙ୍କ ଠାରୁ ଆରମ୍ଭ କରି ଜେଜେ ବାପା, ବାପା ଆଉ ତାଙ୍କ ବାପା ଚାଲିଯିବା ପରେ ମରଣ ଭୟରେ ସେ ଆଉ ଜମି ମାଡୁନାହାନ୍ତି । ଏପରିକି କିଛି ଗାଁ ଲୋକେ ଚାଷ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ସମ୍ପର୍କୀୟ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡିଛି । ଯାହାଫଳରେ ବିଗତ ଦୁଇ ଦଶନ୍ଧି ହେବ ଚାଷ ଜମି ମାଡୁ ନାହାନ୍ତି ନିଜେ ମକର ନାଁ ଗ୍ରାମବାସୀ ।

ଅନ୍ଧବିଶ୍ବାସକୁ ଭରସା କରି ନିଜ ଉର୍ବର ଚାଷ ଜମିରେ ସୁନାର ଫସଲ ଫଳେଇ ଭୂଲିଯାଇଛନ୍ତି ମକର । ଯଦି ସେ ମନରେ ରଖିଥିବା ଏହି ଭୟକୁ ଦୂର କରନ୍ତେ ତେବେ ସେ ନିଜ ସହ ଅନ୍ୟ ଗରିବଙ୍କ ପେଟକୁ ଦାନା ମୁଠେ ଯୋଗାଇବାରେ ସଫଳ ହୋଇପାରନ୍ତି । ମୃତ୍ୟୁଜନିତ ଏହି ଭୟ ଏମାନଙ୍କ ମନରେ ଏତେ ପରିମାଣରେ ଗ୍ରାସ କରିଛି ଯେ, ଭୋକରେ ମରିବେ କିନ୍ତୁ ଜମିରେ ଚାଷ କରି ଜୀବନ ହାରିବେ ନାହିଁ ବୋଲି ମାନି ନେଇଛନ୍ତି ।

ତେବେ ବାସ୍ତବରେ କଣ ମକର ଓ କୋଙ୍ଗ୍ରା ଗ୍ରାମବାସୀ ବିଶ୍ବାସ ରଖିଥିବା ଏହି ଭୟ ସତ । ନା ଏମାନଙ୍କ ମନର ଭୟ ଓ ଅନ୍ଧବିଶ୍ବାସ ସବୁଦିନ ପାଇଁ ଏହି ଉର୍ବର ଚାଷ ଜମିକୁ ଗୋଚର ଭୂଇଁରେ ହିଁ ରହିଯିବ । ତାହା ସମୟ ସାପେକ୍ଷ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.