ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ନିର୍ଭୟା ମାମଲାରେ ଦୋଷୀ ସାବ୍ଯସ୍ତ ହୋଇଥିବା ଅକ୍ଷୟ ଫାଶୀରୁ ବଞ୍ଚିବା ପାଇଁ କ୍ୟୁରେଟିଭ ପିଟିସନ ଦାଖଲ କରିଛି ।
ଜାନୁଆରୀ 10ରେ ଅକ୍ଷୟର ପୁର୍ନବିଚାର ଯାଚିକା ଖାରଜ ହେବାପରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି ଅକ୍ଷୟ । ତିହାର ଜେଲ ପ୍ରଶାସନ ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ମୁକେଶ ସିଂହ ରାଜକ୍ଷମା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ଦାଏର କରିଥିବା ଯାଚିକା ଉପରେ ପୁଣି ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ ।