ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ୍ ଫଣ୍ଡକୁ ଗୋଟିଏ ଦିନର ଦରମା ପ୍ରଦାନ କରିଛି ସିଆରପିଏଫ । ପ୍ରାୟ 33.81 କୋଟି ଟଙ୍କା ରିଲିଫ୍ ଫଣ୍ଡକୁ ଯୋଗାଇଦେଇଛି ସିଆରପିଏଫ୍ । କୋରୋନା ଭାଇରସ ପାଇଁ ସମ୍ପୁର୍ଣ୍ଣ ଭାରତ ବର୍ତ୍ତମାନ ଲକ୍ ଡାଉନ୍ । ଏହି ସମୟରେ ସରକାରର ସହାୟତା କରିବା ପାଇଁ ସିଆରପିଏଫ୍ ଏହି ପଦକ୍ଷେପ ନେଇଛି ।
ସର୍ବ ସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା 3 ଲକ୍ଷ 25 ହଜାର ପାରାମିଲିଟାରୀ ଫୋର୍ସର ପ୍ରବକ୍ତା ସୂଚନା ଦେଇଛନ୍ତି । ଏହା ଆମର କର୍ତ୍ତବ୍ୟ ଓ ସମସ୍ତ ସିଆରପିଏଫ୍ ଯବାନ ଦେଶ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ସିଆରପିଏଫ୍ ଦେଶର ଆନ୍ତରୀଣ ସୁରକ୍ଷା ଓ ନକ୍ସଲ ବିରୋଧି ଅଭିଯାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଛି ।
PTI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ