ETV Bharat / bharat

ସାଥିଙ୍କ ଗୁଳିରେ ଜୀବନ ହାରିଲେ 3 ଯବାନ

author img

By

Published : Mar 21, 2019, 3:25 PM IST

ଜଣେ ସିଆରପିଏଫ୍ ଯବାନ ନିଜର 3ଜଣ ସାଥି ଯବାନଙ୍କୁ ଗୁଳି କରିବା ସହ ନିଜେ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁଳିମାଡର ଶିକାର ହୋଇଥିବା 3 ଯବାନ ଦିଲ୍ଲୀର ଯୋଗେନ୍ଦ୍ର ଶର୍ମା, ରାଜସ୍ଥାନର ପୋଖର ମଲ ଓ ରେଓ୍ବାଡୀର ଉମେଦଙ୍କର ମୃତ୍ୟୁ ଘଟିଛି ।

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ଅଭାବନୀୟ ଘଟଣା । ଜଣେ ସିଆରପିଏଫ୍ ଯବାନ ନିଜର 3ଜଣ ସାଥି ଯବାନଙ୍କୁ ଗୁଳି କରିବା ସହ ନିଜ ଉପରେ ମଧ୍ୟ ଗୁଳି ଚାଳନା କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ 3ଜଣ ସହକର୍ମୀଙ୍କ ମୃତ୍ୟୁ ହୋଇଛି । ଗୁଳିଚାଳନା କରିଥିବା ଯବାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧମପୁର ସ୍ଥିତ ମିଲିଟାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଯବାନ ଜଣକ ନିଜ 3ଜଣ ସାଥିଙ୍କ ସହ କୌଣସି ଘଟଣାକୁ ନେଇ ବଟାଲିୟନ କ୍ୟାମ୍ପରେ କଥାକଟି ହୋଇଥିଲେ । ଏହାପରେ ବିବାଦ ବଢିଯିବାରୁ ନିଜ ଉପରୁ ନିୟନ୍ତ୍ରଣ ହରାଇ କନେଷ୍ଟବଳ ଅଜିତ୍ ସିଂ 3 ସାଥିଙ୍କ ଉପରେ ଗୁଳିଚାଳନା କରିଥିଲେ । ଏହାପରେ ନିଜକୁ ମଧ୍ୟ ଗୁଳି କରିଥିଲେ । ଗୁଳିଚଳନାର ଶବ୍ଦ ଶୁଣି ଅନ୍ୟ ଯବାନ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଗୁଳିମାଡର ଶିକାର ହୋଇଥିବା 3 ଯବାନ ଦିଲ୍ଲୀର ଯୋଗେନ୍ଦ୍ର ଶର୍ମା, ରାଜସ୍ଥାନର ପୋଖର ମଲ ଓ ରେଓ୍ବାଡୀର ଉମେଦଙ୍କର ମୃତ୍ୟୁ ଘଟିଛି ।

Intro:Body:

ଜୟଲଲିତାଙ୍କ ଚିକିତ୍ସାରେ ଆପୋଲୋ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସଚିବଙ୍କ ଥିଲା ଷଡଷନ୍ତ୍ର: ଓକିଲ

ଚେନ୍ନାଇ: ଦିବଙ୍ଗତ ନେତ୍ରୀ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏବଂ  ଆପୋଲୋ ହସ୍ପିଟାଲର ହାତ ରହିଛି । ଜୟଲଳିତାଙ୍କ ନିଧନକୁ ନେଇ ତଦନ୍ତ କରୁଥିବା ପ୍ୟାନେଲର ଓକିଲ ମହମ୍ମଦ ଜଫରଉଲ୍ଲାହ ଖାନ ଏଭଳି ଅଭିଯୋଗ କରିଛନ୍ତି । ଏହାସହ ସେ ପୂର୍ବତନ ମୁଖ୍ୟ ଶାସନ ସଚିବ ରାମମୋହନ ରାଓଙ୍କ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସେ ଜାଣିଶୁଣି ସବୁ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଓକିଲ ମହମ୍ମଦ ଖାନ ଅଭିଯୋଗ କରିଛନ୍ତି । 

କାର୍ଡିଓଥୋରେସିସ ସର୍ଜନ ଦେଇଥିବା ବୟାନରେ ଜଣାପଡିଛି ଯେ, ଆପୋଲୋ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚିକିତ୍ସା ସଠିକ ଢଙ୍ଗରେ କରାଯାଉନଥିଲା । ମାତ୍ର ପରେ ଆପୋଲୋ ପକ୍ଷରୁ ଶନିବାର ଜବାବ ଦେଇ ସମସ୍ତ ଆରୋପକୁ ବିରୋଧ କରିବା ସହ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । 

ସୂଚନା ଅନୁସାରେ, ୨୦୧୬ ସେପ୍ଟେମ୍ବର ୨୨ ତାରିଖରେ ଜୟଲଳିତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯାଞ୍ଚ କରୁଥିବା ଟିମର ଓକିଲ ମହମ୍ମଦ ଜଫରଉଲ୍ଲାହ ଖାନ ଗୁରୁବାର କମିଟି ଆଗରେ ପୂର୍ବତନ ମୁଖ୍ୟ ଶାସନ ରାମାମୋହନ ରାଓ ଓ ସ୍ବାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନଙ୍କୁ ନୋଟିସ ଜାରି କରିବାକୁ ଆବେଦନ କରିଛନ୍ତି । କମିଶନ ଅଫ ଇନକ୍ବାରୀ ଆକ୍ଟ ୧୯୫୨ର ଧାରା ୫ ରୁ ୮ ମଧ୍ୟରେ ଥିବା ଆଇନ ଅନୁସାରେ ସେମାନଙ୍କୁ ଜବାବ ଦେବା ପାଇଁ ହାଜର କରାଇବାକୁ ଦାବି କରାଯାଇଛି ।  ଏହା ପୂର୍ବରୁ ଜୟଲଳିତାଙ୍କ ସହଯୋଗୀ ବିକେ ଶଶିକଳା ଏବଂ ଆପୋଲୋ ହସ୍ପିଟାଲକୁ ଏହି କମିଟି ନୋଟିସ ଜାରି କରିଛି ।

ଯାଞ୍ଚ ଟିମର ଓକିଲଙ୍କ ଅଭିଯୋଗ, ଜୟଲଳିତାଙ୍କୁ ହୋଇଥିବା ରୋଗ ଏବଂ ଆପୋଲୋର ଚିକିତ୍ସା ପ୍ରଣାଳୀ ବିଷୟରେ ଜାଣି ମଧ୍ୟ ତତ୍କାଳୀନ ସ୍ବାସ୍ଥ୍ୟ ସଚିବ କୌଣସି କ୍ୟାବିନେଟ ମନ୍ତ୍ରୀଙ୍କୁ ରିପୋର୍ଟ ଦେଇ ନଥିଲେ । ସ୍ବାସ୍ଥ୍ୟ ସଚିବ ହସ୍ପିଟାଲର ପ୍ରବକ୍ତା ଭାବେ ବ୍ୟବହାର କରୁଥିଲେ ବୋଲି ଖାନଙ୍କ ଅଭିଯୋଗ କରିଛନ୍ତି । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.