ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସିଆରପିଏଫ ଯବାନଙ୍କ ଉପରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଘଟଣାରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଛନ୍ତି । ଏହି ଆକ୍ରମଣରେ ଜଣେ 9 ବର୍ଷର ଶିଶୁର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନା ମୁତାବକ, ସନ୍ଦିଗ୍ଧ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଏହି ଆକ୍ରମଣ କରିଛନ୍ତି । ଜିଲ୍ଲାର ଜୁରପୋରା ଅଞ୍ଚଳରେ ରାଜମାର୍ଗରେ ନିୟୋଜିତ ଥିବା ସିଆରପିଏଫ ଦଳ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ଘଟିଥିଲା । ଆହତ ଯବାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଜାରି ରହିଛି ।