ନୂଆଦିଲ୍ଲୀ: ପାଣି ବେଶୀ ଗରମ ଥିବାରୁ ରାଗି ଯାଇ ଜଣେ ମେସ୍ କର୍ମଚାରୀଙ୍କ ଉପରେ ଗରମ ପାଣି ଢାଳି ଦେଇଛନ୍ତି ସିଆରପିଏଫ୍ ଡିଆଇଜି । ଜାନୁଆରୀ 2 ରେ ବିହାରର ରାଜଗିରସ୍ଥିତ ସିଆରପିଏଫ୍ ମୁଖ୍ୟ କାର୍ଯ୍ୟାଳୟର ଘଟଣା ।
ଆହତ ହୋଇଥିବା ମେସ୍ ଷ୍ଟାଫ୍ ଅମୋଲ ଖାରତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁହଁ ଓ ଦେହରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ପ୍ରଥମେ ଡିଆଇଜି ତାଙ୍କୁ ଗରମ ପାଣି ଆଣିବାକୁ କହିଥିଲେ । ପରେ ପାଣି ବେଶି ଗରମ ଥିବାରୁ ତାଙ୍କ ଉପରକୁ ଗରମ ପାଣି ଫୋପାଡିଥିଲେ । ତେବେ ଏହି ମାମଲାର ଯାଞ୍ଚ କରାଯାଇ ଜାନୁଆରୀ 10ରେ ଆଇଜିଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।