ETV Bharat / bharat

‘ଆତଙ୍କବାଦୀଙ୍କୁ ନାହିଁ ଡର, ପ୍ରସ୍ତୁତ ଅଛି ଫୋର୍ସ’ - ଜମ୍ମୁ ଓ କାଶ୍ମୀର ଖବର

ଗୁଇନ୍ଦା ସଂସ୍ଥା ସହ ଆଲୋଚନା କରି ଉଚିତ ସମୟରେ ଅପରେସନ କରାଯାଉଛି । ପୂର୍ବରୁ ଅନେକ ଘଟଣା ରହିଛି ଯେଉଁଠି ଆମେ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଛୁ ବୋଲି ସିଆରପିଏଫ ଡିଜି କହିଛନ୍ତି । ଅଧିକ ପଢନ୍ତୁ...

‘ଆତଙ୍କବାଦୀଙ୍କୁ ନାହିଁ ଡର, ପ୍ରସ୍ତୁତ ଅଛି ଫୋର୍ସ’

author img

By

Published : Apr 25, 2020, 12:20 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ନିକଟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । କୋରୋନା ମହାମାରୀ ସହ ଦେଶ ଲଢୁଥିବାବେଳେ ଆତଙ୍କବାଦୀ ପରିସ୍ଥିତିର ଫାଇଦା ଉଠାଉଛନ୍ତି । ଚଳିତ ମାସରେ 2 ଥର ଆତଙ୍କୀ ଆକ୍ରମଣ ହୋଇସାରିଛି ।

ତେବେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସିଆରପିଏଫ ଡିଜି ଏପି ମାହେଶ୍ବରୀ କହିଛନ୍ତି । ସିଆରପିଏଫ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସମସ୍ତ ପ୍ରକାର ମୁକାବିଲା ପାଇଁ ଅନ୍ୟାନ୍ୟ ଫୋର୍ସ ଓ ରାଜ୍ୟ ପୋଲିସ ସହିତ ଉତ୍ତମ ସମନ୍ବୟ ରକ୍ଷା କରି ଯୋଜନା ପ୍ରସ୍ତୁତ ହୋଇଛି । ଗୁଇନ୍ଦା ସଂସ୍ଥା ସହ ଆଲୋଚନା କରି ଉଚିତ ସମୟରେ ଅପରେସନ କରାଯାଉଛି । ପୂର୍ବରୁ ଅନେକ ଘଟଣା ରହିଛି ଯେଉଁଠି ଆମେ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଛୁ ବୋଲି ସିଆରପିଏଫ ଡିଜି କହିଛନ୍ତି । ପାକିସ୍ତାନ ସମର୍ଥିତ ଆତଙ୍କବାଦ ପ୍ରତିହତ କରିବାକୁ ଫୋର୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ଗୁଇନ୍ଦା ଖବର ଅନୁସାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାଶ୍ମୀରରେ ଅଧିକ ସକ୍ରିୟ ହେଉଛନ୍ତି । ବିଶେଷ କରି ଦେଶର ଏପରି ସ୍ଥିତିରେ ପାକ୍ ପକ୍ଷରୁ ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି । ଅନୁପ୍ରବେଶକୁ ସାକାର କରିବା ପାଇଁ ପାକିସ୍ତାନ ଅକାରଣେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ନଜର ଆସିଛି । ଏପରିକି ନିକଟରେ ଗୁଇନ୍ଦା ଖବର ଅନୁସାରେ ଏମାନଙ୍କ ଦ୍ବାରା ଘାଟିରେ କୋରୋନା ଭୂତାଣୁ ସଂକ୍ରମିତ କରିବାକୁ ପାକ୍ ଲକ୍ଷ୍ୟ ରଖିଥିବା ଜଣାପଡିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.