ETV Bharat / bharat

ଘାଟିରେ ମୂତୟନ ସିଆରପିଏଫ ଯବାନଙ୍କୁ 40ହଜାର ବୁଲେଟ ପ୍ରୁଫ ଜ୍ୟାକେଟ, 170 ଯାନ ପ୍ରଦାନ

ଘାଟିରେ ଆତଙ୍କୀ ଦମନ ଅପରେସନରେରେ ସାମିଲ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କୁ 40ହଜାରୁ ଉର୍ଦ୍ଧ୍ବ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଏବଂ 170ଟି ବୋମା ନିରୋଧୀ ଗାଡି ପ୍ରଦାନ କରାଯାଇଛି ।

ସିଆରପିଏଫ
ସିଆରପିଏଫ
author img

By

Published : May 31, 2020, 10:49 PM IST

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଘାଟିରେ ଆତଙ୍କୀ ଦମନ ଅପରେସନରେରେ ସାମିଲ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କୁ 40ହଜାରୁ ଉର୍ଦ୍ଧ୍ବ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଏବଂ 170ଟି ବୋମା ନିରୋଧୀ ଗାଡି ପ୍ରଦାନ କରାଯାଇଛି ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କାଶ୍ମୀରରେ ବୁଲେଟ୍, ଗ୍ରେନେଡ୍ ଏବଂ ପଥର ଫିଙ୍ଗାଳିଙ୍କ ଠାରୁ ଯବାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରାୟ 80 ମାରୁତି ଜିପ୍ସୀ ଯାନକୁ ପୁନଃ ନିର୍ମାଣ ଏବଂ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯାଇଛି ।

ଗଣମାଧ୍ୟମ ସହ ଆଲୋଚନାରେ ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ସିଆରପିଏଫକୁ ମୋଟ 176 ମଧ୍ୟମ ବୁଲେଟପ୍ରୁଫ୍ ଯାନ ମଞ୍ଜୁର କରାଯାଇଛି ଏବଂ ପ୍ରତ୍ୟେକେ ପ୍ରାୟ 5-6 ସଶସ୍ତ୍ର ଯବାନ ବସିପାରିବେ ।

ଏହି ଯାନଗୁଡିକ ଗ୍ରେନେଡ ଆକ୍ରମଣ, ଲଙ୍ଗ ରେଞ୍ଜ ବନ୍ଧୁକ ଏବଂ ଅନ୍ୟାନ୍ୟ ସାଂଘାତିକ ଆକ୍ରମଣକୁ ପ୍ରତିହତ କରିପାରିବ । କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ବିରୋଧୀ କାର୍ଯ୍ୟ ପାଇଁ ନିୟୋଜିତ ସିଆରପିଏଫ ୟୁନିଟ୍ ଏବଂ ବିଭିନ୍ନ ବାମପନ୍ଥୀ ଉଗ୍ରବାଦ ସଂଗଠନ ଆଣ୍ଟି-ନକ୍ସଲ ଅପରେସନ ପାଇଁ ଯବାନଙ୍କୁ ଏପରି ଉପକାରୀ ଉପକରଣ ଯୋଗାଇଦିଆଯାଇଛି ।

ଅଧିକାରୀ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏହାର ଆଧୁନିକୀକରଣ ଯୋଜନାର ଏକ ଅଂଶ ଭାବରେ ପାରାମିଲିଟାରୀ ଫୋର୍ସ ପାଇଁ କେନ୍ଦ୍ର ସରକାର ପ୍ରାୟ 42,000 "ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ୍" ମଞ୍ଜୁର କରିଛନ୍ତି।

ଅଧିକାରୀ କହିଛନ୍ତି, “ଏହି ଜ୍ୟାକେଟଗୁଡ଼ିକ ଉନ୍ନତ, କାରଣ ସେମାନେ ସୈନ୍ୟମାନଙ୍କର ଗୁରୁତ୍ବପୂର୍ଣ୍ଣ ଶରୀରର ଅଂଶକୁ ସୁରକ୍ଷା ଯୋଗାଇବ । ବେକ ଠାରୁ ଜଙ୍ଘ ଉପର ପର୍ଯ୍ୟନ୍ତ ଶରୀରକୁ ଏହି ଜ୍ୟାକେଟ ଆବୃତ କରି ରଖିବ । ଏହା ପୁରୁଣା ଜ୍ୟାକେଟ ଅପକ୍ଷା ସାମାନ୍ୟ ବଡ ବୋଲି ସେ କହିଛନ୍ତି ।

ଏହି ଜ୍ୟାକେଟଗୁଡ଼ିକର ଓଜନ ବର୍ତ୍ତମାନ ବ୍ୟବହୃତ ଜ୍ୟାକେଟ ତୁଳନାରେ 40 ପ୍ରତିଶତ କମ୍ ଅଟେ। ପୁରୁଣା ଜ୍ୟାକେଟଗୁଡ଼ିକର ଓଜନ ପ୍ରାୟ 7-8 କିଲୋଗ୍ରାମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.