ETV Bharat / bharat

ଟେଲିକମ୍‌ କ୍ଷେତ୍ରରେ ସଙ୍କଟ - ଟେଲିକମ୍‌ କ୍ଷେତ୍ର

ସଙ୍କଟରେ ଟେଲିକମ କ୍ଷେତ୍ର । ଆସନ୍ତା ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ଭାରତୀ ଏୟାର୍‌ଟେଲ୍‌, ଭୋଡ଼ାଫୋନ୍‌, ଆଇଡିଆ ଭଳି ଟେଲିକମ କମ୍ପାନୀଗୁଡିକ କୋଟି କୋଟି ଟଙ୍କାର ରାଜସ୍ବ ଦେବାକୁ ପଡିବ। ହେଲେ ଦେଶର ଜିଓ ଆସିବା ପର ଠାରୁ ମାନ୍ଦାରେ ଚାଲିଛି ଏହି ସବୁ କମ୍ପାନୀ । ଫଳରେ ଏହି ଟେଲିକମ୍‌ କମ୍ପାନୀଗୁଡିକ କ୍ଷତି ସହୁଛନ୍ତି । ଅଧିକ ପଢନ୍ତୁ...

Crisis in the Telecom Sector
ଟେଲିକମ୍‌ କ୍ଷେତ୍ରରେ ସଙ୍କଟ
author img

By

Published : Mar 8, 2020, 12:19 PM IST

ଆସନ୍ତା ୫ ବର୍ଷ ଭିତରେ ଦେଶର ପ୍ରତି କୋଣରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ସୁଯୋଗ ସୃଷ୍ଟି ସହ ଦେଶର ସମୁଦାୟ ଉତ୍ପାଦନ (ଜିଡିପି)ରେ ଟେଲିକମ୍‌ କ୍ଷେତ୍ରର ଅବଦାନକୁ ୬ ପ୍ରତିଶତକୁ ବୃଦ୍ଧି କରିବା ଲାଗି ଜାତୀୟ ଡିଜିଟାଲ୍‌ କମ୍ୟୁନିକେସନ୍‌ ନୀତି-୨୦୧୮ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟକୁ ସାକାର କରିବାକୁ ଯାଇ ଯେଉଁ ବ୍ୟବସ୍ଥା ସୃଷ୍ଟି ହୋଇଛି ତାହା ନୂଆ ଆଶା ଓ ସମ୍ଭାବନାକୁ ଇଙ୍ଗିତ କରୁଛି। କାରଣ ଟେଲିକମ୍‌ କ୍ଷେତ୍ରରେ ଏହି ନୂଆ ଟେକ୍ନୋଲୋଜି ପ୍ରସାର ଦ୍ଵାରା ଆସନ୍ତା ୪ବର୍ଷ ଭିତରେ ୪୦ ଲକ୍ଷ ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବା ସହ ନୂଆ ନିବେଶ ଲାଗି ବାଟ ଦେଖାଉଛି ଏହି ନୀତି। କିନ୍ତୁ ଗଲା ଏକ ବର୍ଷରୁ ଅଧିକ ସମୟ ହେଲା ଏ କ୍ଷେତ୍ରରେ ଯେମିତି ଟଣା ଓଟରା ଚାଲିଛି ତଥା ସେବା ପ୍ରଦାନ କମ୍ପାନୀମାନଙ୍କୁ ଅପସାରଣ ହେଉଛି ତାହା ମହାଭାରତରେ କର୍ଣ୍ଣଙ୍କ ରଥ କଥାକୁ ମନେ ପକାଇ ଦେଉଛି। ଯେମିତି ମାଟି କାଦୁଅରେ ଫଶି ରହି କର୍ଣ୍ଣଙ୍କ ରଥ ନା ତାଙ୍କୁ ଆଗକୁ ଯିବାକୁ ଦେଉଥିଲା ନା ପଛକୁ, ଠିକ୍‌ ସେମିତି ଟେଲିକମ୍‌ କ୍ଷେତ୍ରର ଅବସ୍ଥା ଦେଶରେ ସୃଷ୍ଟି ହୋଇଛି।

ଯଦିଓ ନୂଆ ସ୍ଵପ୍ନ ଦେଖାଉଥିବା ୫ଜି ଟେକ୍ନୋଲୋଜି ଦେଶରେ ଅନେକ ସମ୍ଭାବନାକୁ ଉଦ୍ରେକ କରିଛି କିନ୍ତୁ ଏହାକୁ ଆପଣାଇବା ଲାଗି ଘରୋଇ ଟେଲିକମ୍‌ କ୍ଷେତ୍ର ଆଗ୍ରହ ପ୍ରକାଶ କରୁନାହାଁନ୍ତି। ୧୯୯୯ ମସିହାରେ ଘରୋଇ ଟେଲିକମ୍‌ କମ୍ପାନୀମାନେ ( ଟେଲ୍‌କୋ) ଅଗ୍ରୀମ ହାରାହାରି ରାଜସ୍ଵ (ଏଜିଆର୍‌) ବାବଦରେ ୮ ପ୍ରତିଶତ ବାର୍ଷିକ ଦେୟକୁ ସେମାନଙ୍କ ବାର୍ଷିକ ଲାଇସେନ୍ସ ଫି ସହ ଦେବା ଲାଗି ସହମତି ପ୍ରକାଶ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଏହାକୁ ନେଇ କୋର୍ଟଙ୍କ ଦ୍ଵାରସ୍ଥ ହେଲେ। ଏହି ଏଜିଆର୍‌ ଠିକଣା ଭାବେ ଆକଳନ କରାଯାଇ ନାହିଁ ଏବଂ ସରକାର ଭୁଲ୍‌ ଗଣନା କରିଛନ୍ତି ବୋଲି ଦର୍ଶାଇ ସେମାନେ କୋର୍ଟଙ୍କ ବିଚାର ଓ ରାୟ ମାଗିଥିଲେ। ଏହାଦ୍ଵାରା ଟେଲିକମ୍‌ କମ୍ପାନୀମାନଙ୍କ ଦ୍ଵାରା ପୈଠ ହେବାକୁ ଥିବା ଏଜିଆର୍‌ ଦେୟ ପରିମାଣ ୪୭ ଲକ୍ଷ କୋଟିରେ ପହଞ୍ଚାଇଥିଲା।

ସୁପ୍ରିମ୍‌କୋର୍ଟ ଏହି ମାମଲାରେ ବିଚାର କରି କହିଥିଲେ ଯେ, ଏଜିଆର୍‌ରେ କୌଣସି ସାଲିସ୍‌ କରାଯାଇପାରିବ ନାହିଁ। ଏଣୁ ଟେଲିକମ୍‌ କମ୍ପାନୀମାନେ ଆସନ୍ତା ବର୍ଷ ୨୩ ଜାନୁୟାରୀ ସୁଦ୍ଧା ସେମାନଙ୍କ ଦେୟ ପୈଠ କରିବାକୁ ବାଧ୍ୟ। କିନ୍ତୁ ଟେଲିକମ୍‌ କମ୍ପାନୀମାନେ ତାହା କରିଲେ ନାହିଁ। ବରଂ ବିଭିନ୍ନ ସମସ୍ୟା ଦର୍ଶାଇ କୋର୍ଟଙ୍କୁ ଆଉଥରେ ବିଚାର ପାଇଁ ଅନୁରୋଧ କରିଥିଲେ। ସୁପ୍ରିମ୍‌କୋର୍ଟ ଏହି ମାମଲାଗୁଡ଼ିକର ଶୁଣାଣି କରି ଟେଲିକୋଙ୍କୁ ଭର୍ତ୍ସନା କରିବା ସହ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ଏଜିଆର୍‌ ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଥିରେ ସେମାନେ ବିଫଳ ହୁଅନ୍ତି ତେବେ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ମାନଙ୍କୁ କୋର୍ଟରେ ଉପସ୍ଥିତ ହେବାକୁ ପଡ଼ିବ ବୋଲି କହିଥିଲେ। କୋର୍ଟଙ୍କ ଏହି ପ୍ରକାର ନିର୍ଦ୍ଦେଶ ଏବେ ଟେଲ୍‌କୋମାନଙ୍କୁ ଦ୍ଵନ୍ଦ୍ଵରେ ପକାଇଛି। କାରଣ ଏବେ ସେମାନଙ୍କୁ ଏହି ପରିସ୍ଥିତିର ସିଧାସଳଖ ସମ୍ମୁଖୀନ ହେବାକୁ ପଡ଼ିବ।

ଟେଲିକମ୍‌ ବିଭାଗର ରିପୋର୍ଟ ଅନୁସାରେ ଏଜିଆର୍‌ ବାବଦରେ ଭାରତୀ ଏୟାର୍‌ଟେଲ୍‌କୁ କମ୍ପାନୀକୁ ୩୫ହଜାର କୋଟି ଟଙ୍କା ପୈଠ କରିବାକୁ ପଡିବ। ଠିକ୍‌ ସେହିପରି ଭୋଡ଼ାଫୋନ୍‌ ଏବଂ ଆଇଡିଆକୁ ୫୩ ହଜାର କୋଟି ଟଙ୍କା ଦେବାକୁ ହେବ। ଟାଟା ଟେଲିକମ୍‌କୁ ୧୪ ହଜାର କୋଟି ଟଙ୍କା ଏଜିଆର୍‌ ଦେୟ ଦେବାକୁ ରହିଛି। କମ୍ପାନୀଗୁଡ଼ିକର କହିବା କଥା ହେଉଛି ସେମାନଙ୍କ ଆକଳନ ଅନୁସାରେ ଏହି ଦେୟ ପରିମାଣ ଯଥେଷ୍ଟ ଅଧିକ। ସେମାନେ ଯେଉଁ ଆକଳନ କରିଛନ୍ତି ସେହି ଅନୁସାରେ ଭାରତୀ ଏୟାରଟେଲ୍‌କୁ ମାତ୍ର ୧୫ରୁ ୧୮ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ। ସେହିପରି ଭୋଡ଼ାଫୋନ୍‌ ଏବଂ ଆଇଡିଆଙ୍କୁ ୧୮ରୁ ୨୩ ହଜାର କୋଟି ଦେବାକୁ ହେବ। ଟେଲିକମ୍‌ ବିଭାଗ ସମ୍ପୃକ୍ତ କମ୍ପାନୀମାନଙ୍କର ଏହି ନିଜସ୍ଵ ଆକଳନକୁ ପରୀକ୍ଷା କରିବାକୁ ଯଦିଓ କହିଛନ୍ତି କିନ୍ତୁ ଏହି ଆକଳନରେ କୌଣସି ଟେଲିକମ୍‌ ଅବ୍ୟବସ୍ଥା ତଥା ବିପର୍ଯ୍ୟୟ ପରିଚାଳନା ଲାଗି ବ୍ୟବସ୍ଥା ନଥିବା ଦର୍ଶାଇଛନ୍ତି। ଏଣୁ ଯେତେବେଳ ଯାଏ ପରସ୍ପରକୁ ଫାଇଦା ଦେଉଥିବା ଏକ ନୀତି ପ୍ରଣୟନ ନ ହୋଇଛି ସେ ପର୍ଯ୍ୟନ୍ତ ଦେଶରେ ଟେଲିକମ୍‌ କ୍ଷେତ୍ରର ବିକାଶ କଥା ତ ଛାଡ଼ନ୍ତୁ ଅସ୍ତିତ୍ଵ ବି ଆଶଙ୍କା ଭିତରେ ପଡ଼ିବ।

ଭାରତରେ ମୋବାଇଲ୍‌ ବ୍ୟବହାରକାରୀଙ୍କ ଡାଟା ବ୍ୟବହାର ହାର ଏବଂ ଟେକ୍ନୋଲୋଜିକୁ ତୁଳନା କରି ପ୍ରସ୍ତୁତ ରିପୋର୍ଟ ଅନୁସାରେ ଦେଶର ମୋବାଇଲ୍‌ ବ୍ୟବହାରକାରୀମାନେ ମାସକୁ ମୁଣ୍ଡପିଛା ୧୧ ଗିଗା ବାଇଟ୍‌ ମୋବାଇଲ୍‌ ଡାଟା ବ୍ୟବହାର କରୁଛନ୍ତି। ୨୦୧୮ ସୁଦ୍ଧା ଏହି ବ୍ୟବହାର ହାର ଦେଶରେ ୪୬୦ ଗିଗାବାଇଟ୍‌ ହେବ ବୋଲି ଆଶା କରାଯାଇଛି। ପୁଣି ୨୦୨୪ ବେଳକୁ ତାହା ୧୬୦୦ ଗିଗାବାଇଟ୍‌ରେ ପହଞ୍ଚିବ। ଏହି ବିକାଶ ପଥରେ ସବୁଠାରୁ ଅଧିକ ସାହାଯ୍ୟକାରୀ ହେଉଛି ମୋବାଇଲ୍‌ ଫୋନ୍‌ । ଯାହାଦ୍ଵାରା ପ୍ରତି ହାତରେ ଇଣ୍ଟରନେଟ୍‌ ପହଞ୍ଚିପାରିଛି। ଦିନକୁ ଦିନ ଯେଉଁ ପ୍ରକାରରେ ସ୍ମାର୍ଟଫୋନ୍‌ ଚାହିଦା ବଢ଼ୁଛି ତାହାକୁ ଦେଖିଲେ ଜଣାପଡ଼େ ଯେ, ୨୦୨୪ ବେଳକୁ ଦେଶରେ ସ୍ମାର୍ଟଫୋନ୍‌ ସଂଖ୍ୟା ୧୧ କୋଟିରେ ପହଞ୍ଚିବ। ୨୦୧୮ ମସିହାରେ ଦେଶରେ ବ୍ରଡ୍‌ବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୬୧ କୋଟି ଥିଲା, ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଆସନ୍ତା ୪ ବର୍ଷ ଭିତରେ ଏହି ସଂଖ୍ୟା ୧୨୫ କୋଟିରେ ପହଞ୍ଚିବ!

ଦେଶରେ ଜିଓ ସେବା ଆସିବା ପରେ ମୋବାଇଲ୍‌ ଡାଟା ମୂଲ୍ୟ ଯଥେଷ୍ଟ କମିଛି। ଏବେ ୮ ଟଙ୍କାରେ ଏକ ଗିଗାବାଇଟ୍‌ ଡାଟା ଉପଲବ୍ଧ ହୋଇପାରିଛି। ଏହା ବିଶ୍ଵର ସବୁଠାରୁ ଶସ୍ତା ବୋଲି ଜଣାପଡ଼ିଛି। ଏହାଦ୍ଵାରା ଦେଶରେ ଅନ୍ୟ ଟେଲିକମ୍‌ କମ୍ପାନୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୦୧୭-୧୯ ବର୍ଷ ଦୁଇଟିରେ ସେମାନଙ୍କ ରାଜସ୍ଵ ଯଥେଷ୍ଟ ହ୍ରାସ ପାଇଛି। ତେଣୁ ଯଦିଓ ସୁପ୍ରିମ୍‌କୋର୍ଟ କହିଥିଲେ ଯେ, ଦେଶରେ ପ୍ରାୟ ୧୫ଟି କମ୍ପାନୀ ରହିଛନ୍ତି ଯେଉଁମାନଙ୍କୁ ଏଜିଆର୍‌ ପୈଠ କରିବାକୁ ବାଧ୍ୟ, ଏବେ ସେହି କମ୍ପାନୀ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଏବେ ମାତ୍ର ତିନୋଟି କମ୍ପାନୀ ହିଁ ବାସ୍ତବରେ ବଜାରରେ ବଞ୍ଚିଛନ୍ତି। ଏହି ପରିସ୍ଥିତିରେ ଭୋଡ଼ାଫୋନ୍‌ ନିଜ ଆଡ଼ୁ ଏହା ଘୋଷଣା କରିଛି ଯେ, ଯଦି ଟେଲିକମ୍‌ ବିଭାଗ ପକ୍ଷରୁ ତାଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ଏଜିଆର୍‌ ବାବଦରେ ୫୩ ହଜାର କୋଟି ଟଙ୍କା ଦେୟ ପୈଠ କରିବାକୁ ବାଧ୍ୟ କରାଯିବ ତେବେ ସେମାନେ ବାଧ୍ୟ ହୋଇ ନିଜର ବ୍ୟବସାୟକୁ ଭାରତରେ ବନ୍ଦ କରିଦବେ। ଅପରପକ୍ଷେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟେଲିକମ୍‌ କମ୍ପାନୀମାନଙ୍କୁ ଯେଉଁ ଚିଠି ଦିଆଯାଇଛି ସେଥିରେ କୁହାଯାଇଛି ଯେ, ତାଙ୍କୁ ଲାଇସେନ୍ସ ଦେୟ ସହ ଜିଏସ୍‌ଟି, ସୁଧ ଏବଂ ବକେୟା ବି ପୈଠ କରିବାକୁ ହେବ। ଏହି ପ୍ରକାର ନିର୍ଦ୍ଦେଶ ସିଧାସଳଖ ଭାବେ ଟେଲିକମ୍‌ କମ୍ପାନୀଙ୍କ ଅର୍ଥନୀତିକ ଢାଞ୍ଚା ଉପରେ ପ୍ରଭାବ ପକାଇଛି। ଭୋଡ଼ାଫୋନ୍‌ କହିବା ଅନୁସାରେ ଯଦିଓ ସେଲ୍ୟୁଲାର୍‌ ଅପରେଟର୍ସ ସଂଘ ଏଜିଆର୍‌ ଦେୟରେ କିଛି କୋହଳ ପାଇଁ ଦାବି କରିଛନ୍ତି କିନ୍ତୁ ଯେ ପର୍ଯ୍ୟନ୍ତ ମୋବାଇଲ୍‌ ଡାଟା ଦେୟ ୭ରୁ ୮ ଗୁଣା ବୃଦ୍ଧି ନ କରାଯାଇଛି ତେବେ ଏ ବୈତରଣୀ ପାର୍‌ କରିବା କାଠିକର ପାଠ ହେବ। ତେବେ ଏପରି ଏକ କଠୋର ପରିସ୍ଥିତିରେ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ। ଯଦି ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ନ ନିଆଯାଏ ତେବେ ଆମର ଡିଜିଟାଲ୍‌ ଇଣ୍ଡିଆ ସ୍ଵପ୍ନ କେବଳ ସ୍ଵପ୍ନରେ ହିଁ ରହିଯିବ!

15 ବର୍ଷ ପୂର୍ବେ ତତ୍‌କାଳୀନ ରାଷ୍ଟ୍ରପତି ଏପିଜେ ଅବ୍‌ଦୁଲ୍‌ କଲାମ୍‌ ଦେଶର ପ୍ରତି ନାଗରିକଙ୍କ ପାଖରେ ବିଜ୍ଞାନ ଓ ଟେକ୍ନୋଲୋଜିର ସୁଫଳ ପହଞ୍ଚାଇବା ଲାଗି ଆହ୍ବାନ ଦେଇଥିଲେ। ଜ୍ଞାନ ତୃଷ୍ଣା ପ୍ରତିଟି ନାଗରିକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଟେଲିକମ୍‌ କମ୍ପାନୀମାନେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏହାଦ୍ଵାରା କେବଳ ଦେଶରେ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବ ତାହା ନୁହେଁ, ବରଂ ଦେଶର ଅର୍ଥନୀତିକ ସ୍ଥିତି ମଧ୍ୟ ବଦଳିବ ବୋଲି ଆଶା କରାଯାଇଛି।

ସୂଚନା ପ୍ରଯୁକ୍ତି, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ୍‌ ( ଆଇଓଟି) ଏବଂ ୫-ଜି ଟେକ୍ନୋଲୋଜିର କ୍ରମ ବର୍ଦ୍ଧିଷ୍ଣୁ ଚାହିଦା ଦିନକୁ ଦିନ ଏହି ଟେଲିକମ୍‌ କ୍ଷେତ୍ରକୁ ସାଧାରଣ ଲୋକଙ୍କ ଘରେ ପହଞ୍ଚାଇବାରେ ସକ୍ଷମ ହୋଇପାରୁଛି। କେନ୍ଦ୍ର ସରକାର ଏହି ଚାହିଦାକୁ ପୂରଣ କରିବାକୁ ଯାଇ ୨୦୧୮ରେ ଏକ ସ୍ଵତନ୍ତ୍ର ଟେଲିକମ୍‌ ନୀତି ପ୍ରଣୟନ କରିଥିଲେ। ଏହି ନୀତିରେ ଲକ୍ଷ୍ୟ ରଖାଯାଇଥିଲା ଯେ, ୨୦୨୦ ବର୍ଷ ସୁଦ୍ଧା ଦେଶର ପ୍ରତି ନାଗରିକଙ୍କ ଦ୍ଵାରରେ ୫-ଜି ଟେକ୍ନୋଲୋଜି ଉପଲବ୍ଧ କରାଯିବ। ପୁଣି ଏହି ସେବା ବିଶ୍ଵର ଉତ୍କୃଷ୍ଟ ୫-ଜି ସେବା ପ୍ରଦାନ ସହ ସମକକ୍ଷ ହେବ। ଅଗଷ୍ଟ ୨୦୧୮ ମସିହାରେ ଟ୍ରାଇ ୫-ଜି ସେବା ପାଇଁ ଲାଇସେନ୍ସ ପ୍ରଦାନ ଫି ବିବଦରେ ପ୍ରତି ମେଗା ହର୍ଜ ପାଇଁ ସର୍ବନିମ୍ନ ଦର ୪୯୨ ଟଙ୍କା ସ୍ଥିର କଲେ ହେଲେ ଏହାକୁ ପରିବର୍ତ୍ତନ କରିବାକୁ ଧ୍ୟାନ ଦେଇ ନାହାଁନ୍ତି। ଘରୋଇ କ୍ଷେତ୍ର କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭାରତୀ-ଏୟାରଟେଲ୍‌ କହିବା ଅନୁସାରେ, ଏହି କମ୍ପାନୀ ସ୍ପେକ୍ଟ୍ରମ୍‌ ଅକ୍ସନରେ ଭାଗ ନେବ ନାହିଁ। କାରଣ ୫-ଜି ସେବା ପାଇଁ ଆବଶ୍ୟକ ସ୍ପେକ୍ଟ୍ରମ୍‌ ନେବା ଲାଗି କମ୍ପାନୀକୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ, ଏବଂ ଏହି ଖର୍ଚ୍ଚ ପାଇଁ କମ୍ପାନୀ ସକ୍ଷମ ନୁହେଁ। ସାରା ବିଶ୍ଵରେ ଏବେ ମାତ୍ର ୪୦ଟି କମ୍ପାନୀ ୫-ଜି ସେବା ପ୍ରଦାନ କରୁଛନ୍ତି। ଅବଶ୍ୟ ଏହା ସତ୍ୟ ଯେ, ଭାରତରେ ଟେଲିକମ୍‌ ସେବା ପ୍ରଦାନ କରୁଥିବା କମ୍ପାନୀମାନେ ଏହି ସେବା ପ୍ରଦାନ କରିବା ଲାଗି ଆବଶ୍ୟକ ପ୍ରସ୍ତୁତି କରି ନାହାଁନ୍ତି। ଏଣୁ ଆନ୍ତର୍ଜାତୀୟ ସେବା ପ୍ରଦାନକାରୀଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା କରିବାଲାଗି ଘରୋଇ କମ୍ପାନୀମାନେ ସମକକ୍ଷ ହେବେ ନାହିଁ। ଚୀନ୍‌ ଏ କ୍ଷେତ୍ରରେ ଯଥେଷ୍ଟ ଆଗୁଆ ରହିଛି।

ଯେଉଁ ୫-ଜି ଟେକ୍ନୋଲୋଜି ଚୀନ ସୃଷ୍ଟି କରିଛି ତାହାକୁ ଅନେକ ପଶ୍ଚିମୀ ଦେଶ ମଧ୍ୟ ଗ୍ରହଣ କରୁଛନ୍ତି। କୁହାଯାଉଛି ଯେ, ଏହା ଭାରତ ପାଇଁ ବି ଉପଯୋଗୀ ହେବ। କିନ୍ତୁ ଚୀନ୍‌ର ଏହି ଟେକ୍ନୋଲୋଜିକୁ ଆମେ ଗ୍ରହଣ କରିବା ନ କରିବା, ଭାରତ ସରକାରଙ୍କ ରାଜନୀତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ଉପରେ ନିର୍ଭର କରୁଛି। ଅନ୍ୟପଟେ ଏବେ ଏଜିଆର୍‌, ଏରିୟର୍‌ ଓ ୫-ଜି ଚାପରେ ଚାପଗ୍ରସ୍ତ ହୋଇଥିବା ଟେଲିକମ୍‌ କମ୍ପାନୀମାନଙ୍କୁ ଭାରତ ସରକାର କିପରି ସହାୟତା ପ୍ରଦାନ କରୁଛନ୍ତି ତାହାକୁ ବି ଅପେକ୍ଷା କରାଯାଇଛି। ଯଦି ସମ୍ଭବ ସେମାନଙ୍କ ଅର୍ଥନୀତିକ କ୍ଷେତ୍ରରେ ସୁଧାର ଆଣିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା ବି ଆବଶ୍ୟକ ରହିଛି। ଏହାଦ୍ଵାରା ଭାରତର ନିଜସ୍ଵ କମ୍ପାନୀମାନଙ୍କ ଶକ୍ତି ବୃଦ୍ଧି ହେବା ସହ ଭବିଷ୍ୟତର ୫-ଜି ଟେକ୍ନୋଲୋଜିରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.