ETV Bharat / bharat

'ଯୋଗୀ ରାଜ୍ୟରେ ନିର୍ଭୀକ ଅପରାଧୀ' - ଯୋଗୀ ରାଜ୍ୟରେ ନିର୍ଭୀକ ଅପରାଧି

ଅପରାଧୀଙ୍କ ଗଡ ପାଲଟିଛି ଉତ୍ତରପ୍ରଦେଶ । ଏବେ ଯୋଗୀ ରାଜ୍ୟରେ ସମସ୍ତ ଅପରାଧୀ ନିର୍ଭୀକ ଭାବରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

'ଯୋଗୀ ରାଜ୍ୟରେ ନିର୍ଭୀକ ଅପରାଧି'
'ଯୋଗୀ ରାଜ୍ୟରେ ନିର୍ଭୀକ ଅପରାଧି'
author img

By

Published : Jan 12, 2020, 2:04 PM IST

ନୂଆଦିଲ୍ଲୀ: ନୋଏଡାର ଏକ ବେସରକାରୀ ମ୍ୟାନେଜରଙ୍କୁ ପ୍ରଥମେ ଲୁଟ ପରେ ନିର୍ମମ ହତ୍ୟା କରାଯାଇଛି । ଏହି ଘଟଣାରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ସେ କହିଛନ୍ତି ଉତ୍ତରପ୍ରଦେଶ ଏବେ ଅପରାଧିଙ୍କ ଗଡ ପାଲଟିଛି । ଯେଉଁଠି ଅପରାଧୀ ନିର୍ଭୀକ ଓ ନିଡର ଭାବେ ଅପରାଧ ଘଟାଇ ଚାଲିଛନ୍ତି ।

ଗ୍ରେଟର ନୋଏଡା ଗୌରବ ଚାନ୍ଦେଲ ନାମକ ଏକ ବେସରକାରୀ କମ୍ପାନୀରେ ମ୍ୟାନେଜର ଭାବେ କାମ କରୁଥିଲେ । ତେବେ ଗତ ଜାନୁଆରୀ 7ରେ କିଛି ଦୁର୍ବୃତ୍ତ ତାଙ୍କୁ ଲୁଟିବା ସହ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ହେଲେ ଘଟଣାରେ ଏଯାବତ ସରକାର କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଆଉ ଯଦି ଅପରାଧୀ ଏଭଳି ନିର୍ଭୀକ ଓ ନିଡର ଭାବେ ଲୁଟପାତ ଓ ଆକ୍ରମଣ କରିଥିବେ, ତେବେ ସେ ରାଜ୍ୟର ସ୍ଥିତି କିଭଳି ଥିବ ତାହା କଳ୍ପନା ବାହାରେ ବୋଲି ଟ୍ବିଟ ମାଧ୍ୟମରେ ଜଣାଇଛନ୍ତି ପ୍ରିୟଙ୍କା ।

ଜାନୁଆରୀ 7ରେ ଗୌରବଙ୍କୁ ହତ୍ୟା କରାଯାଇଥିବାବେଳେ, ଗତ ମଙ୍ଗଳବାର ତାଙ୍କ ମୃତ ଦେହ ସେକ୍ଟର-123ରୁ ଉଦ୍ଧାର କରାଯାଇଥିଲା । ମୃତ ଗୌରବ ଗୁରଗ୍ରାମ ଅଞ୍ଚଳର ଏକ ବେସରକାରୀ କମ୍ପାନୀରେ କାମ କରୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.