ETV Bharat / bharat

ଚିତ୍ରକଳା ମାଧ୍ୟମରେ କୋରୋନା କମାଣ୍ଡୋଙ୍କୁ କୃତଜ୍ଞତା - ଚିତ୍ରକଳା ମାଧ୍ୟମରେ କୋରୋନା କମାଣ୍ଡୋଙ୍କୁ କୃତଜ୍ଞତା

ଚିତ୍ରକଳା କରି କୋରୋନା ସହ ମୁକାବିଲା କରୁଥିବା ବ୍ୟକ୍ତିଙ୍କୁ କୃତଜ୍ଞତା ଦେଲେ ବିହାର ଶିକ୍ଷକ ରାଜେଶ କୁମାର । ଅଧିକ ପଢ଼ନ୍ତୁ....

Corona Commandos  frontline workers  coronavirus  COVID-19  social distancing  Creative tribute  police administration  sanitisation workers  ଚିତ୍ରକଳା ମାଧ୍ୟମରେ କୋରୋନା କମାଣ୍ଡୋଙ୍କୁ କୃତଜ୍ଞତା  କୋରୋନା କମାଣ୍ଡୋ
ଚିତ୍ରକଳା ମାଧ୍ୟମରେ କୋରୋନା କମାଣ୍ଡୋଙ୍କୁ କୃତଜ୍ଞତା
author img

By

Published : Apr 4, 2020, 4:58 PM IST

ବିହାର: ସାରା ଦେଶରେ ଦିନକୁ ଦିନ କୋରୋନାର ଆତଙ୍କ ବଢି ଚାଲିଥିବା ବେଳେ ପୋଲିସକର୍ମୀ ଏବଂ କରୋନା ମୁକାବିଲା ପାଇଁ ଆଗଧାଡିରେ କାମକରୁଥିବା କର୍ମଚାରା ବା କୋରୋନା କମାଣ୍ଡୋ ମାନେ ଏହି ଜରୁରୀକାଳିନ ପରିସ୍ଥିତିରେ ଆମକୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ।

ଏହିସମୟରେ ଯେତେବେଳେ ଲୋକ ସମାଜିକ ଦୂରତା ବଜାୟ ରଖିବାର ଅଭ୍ୟାସ କରିବା ସହ ଲୋକଙ୍କ ସହ ମିଳାମିଶା କରିବାର ନୂତନ ଉପାୟ ସବୁ ଅବଲମ୍ବନ କରୁଛନ୍ତି, ସେହିସମୟରେ ଏମିତି ବି କିଛି ଲୋକ ଅଛନ୍ତି ଯିଏ ସେହି ବ୍ୟକ୍ତି ମାନଙ୍କୁ କୃତଜ୍ଞତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ନିଜ କଥା ଚିନ୍ତା ନକରି କୋରୋନା ସହ ସଂଘର୍ଷ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

ତେବେ ସେହିପରି ଜଣେ ବ୍ୟକ୍ତି ହେଲେ ଫରବେସଗଞ୍ଜର ଜଣେ ଶିକ୍ଷକ ରାଜେଶ କୁମାର । ନିଜ ଜୀବନ କଥା ଚିନ୍ତା ନକରି ଆମ ଜୀବନକୁ ସୁସ୍ଥ ଓ ସୁରକ୍ଷିତ ରଖୁଥିବା ଏହି କୋରୋନା କମାଣ୍ଡୋଙ୍କୁ ରାଜେଶ କୁମାର ଏକ ଖୁବ ସୁନ୍ଦର ଚିତ୍ରକଳା ଜରିଆରେ କୃତଜ୍ଞତା ଜଣାଇଛନ୍ତି । ହିନ୍ଦୀ କ୍ୟାପସନ ସହ କୁମାର ଏଥିରେ କୋରୋନା ସହ ଲଢ଼େଇ କରୁଥିବା ସେହି ବ୍ୟକ୍ତିଙ୍କ ନିଷ୍ଠା ଓ କର୍ମ ତତ୍ପରତା କଥା ଲେଖିଛନ୍ତି ।

‘ପୋଲିସ ପ୍ରଶାସନ ହୁଅନ୍ତୁ ଯିଏ ଦିନରାତି ଆମ ସୁରକ୍ଷା କଥା ଚିନ୍ତା କରୁଛନ୍ତି ଓ ଲକଡାଉନକୁ ସଫଳ କରିବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି, ଅବା ସ୍ବାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ଓ କର୍ମଚାରୀ ହୁଅନ୍ତୁ ଯେଉଁମାନେ ଟେଷ୍ଟ କିଟ, ମାସ୍କ, ସାନିଟାଇଜରର ଅଭାବ ସତ୍ତ୍ବେ ନିଜ କଥା ଚିନ୍ତା ନକରି ଆମମାନଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ପ୍ରତ୍ୟକ ବ୍ୟକ୍ତି ପ୍ରଶଂସାର ପାତ୍ର ଅଟନ୍ତି ।’ ବୋଲି କହିଛନ୍ତି ରାଜେଶ କୁମାର। ଏହାସହ ସେ କହିଛନ୍ତି ଯେ ସଫେଇ କର୍ମଚାରୀ ଯେଉଁମାନେ ଆମ ପରିବେଶକୁ ରୀତିମତ ସଫା ରଖୁଛନ୍ତି ସେମାନେ ବି ପ୍ରଶଂସା ପାଇଁ ଯୋଗ୍ୟ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଜର ଚିତ୍ର ମାଧ୍ୟମରେ ମୁଁ ପୋଲୁସ, ଡାକ୍ତର, ଓ ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କୁ କୃତଜ୍ଞତା ଦେବାକୁ ଚାହୁଁଛି । ଏହା ପୂର୍ବରୁ ମଧ୍ୟ ବାଲ୍ୟ ବିବାହ, ବେଟି ବଚାଓ ବେଟି ପଢାଓ ଭଳି ବିଭିନ୍ନ ପ୍ରସଙ୍ଗରେ ଚିତ୍ରକଳା କରି ସଚେତନତା ସୃଷ୍ଟି କରିଛନ୍ତି ରାଜେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.