ଭୁବନେଶ୍ବର: ବର୍ଷିୟାନ ସିପିଆଇ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ 83 ବର୍ଷ ବୟସରେ ମୃତ୍ୟୁ ହୋଇଛି । ଗତ କିଛି ମାସ ହେଲା ଦାସଗୁପ୍ତା ରୋଗରେ ପୀଡିତ ଥିବାବେଳେ ତାଙ୍କର ଚିକିତ୍ସା ଚାଲିଥିଲା । ପଶ୍ଚିମବଙ୍ଗ ସିପିଆଇ ସଚିବ ସ୍ବପନ ବାନାର୍ଜୀ କହିଛନ୍ତି ଦାସଗୁପ୍ତା ଦୀର୍ଘଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ ।
ଏହାସହ ସେ ତାଙ୍କ ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଖରାପ ସ୍ବାସ୍ଥ୍ୟ ପାଇଁ ତାଙ୍କୁ ଦଳର ଦାୟିତ୍ବରୁ ମୁକ୍ତ କରାଯାଇଥିଲା । କିନ୍ତୁ ସେ ଜୀବନର ଶେଷ ପର୍ଯ୍ୟନ୍ତ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଥିଲେ । ସ୍ବର୍ଗତ ଦାସଗୁପ୍ତା 1985ରେ ରାଜ୍ୟସଭା ସଦସ୍ୟ ଥିଲେ । ଖାଲି ଏତିକି ନୁହେଁ 2004ରେ ପସଂକୁରାରୁ ଓ 2009ରେ ଘୋଟାଲ ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।