ETV Bharat / bharat

ମାଲିକଙ୍କ ଭିତରେ ଲଢେଇ, କୋର୍ଟରେ ହାଜର ହେଲା ଗାଈ

ଗୋଟିଏ ଗାଈକୁ ନେଇ ରାଜସ୍ଥାନ ଯୋଧପୁରର ମନ୍ଦୋର ପୋଲିସ ଷ୍ଟେସନର କନେଷ୍ଟବଳ ଓମ ପ୍ରକାଶ ଏବଂ ସେହି ଅଞ୍ଚଳର ଶିକ୍ଷକ ଶ୍ୟାମ ସିଂଙ୍କ ଭିତରେ ଲଢେଇ । ଗତକାଲି ଏହି ମାମଲାର ଥିଲା ଶୁଣାଣି । ତେବେ କାଲି କିଛି ସମାଧାନ ନହେବାରୁ ଆସନ୍ତା ଶୁଣାଣି 15 ତାରିଖରେ ହେବ ବୋଲି କହିଲେ କୋର୍ଟ।

ଫଟୋ ସୌଜନ୍ୟ : ଟ୍ବିଟର@ANI
author img

By

Published : Apr 13, 2019, 6:42 PM IST

ଜୟପୁର: ଗୋଟିଏ ଗାଈକୁ ନେଇ ଦୁଇ ଜଣଙ୍କ ଭିତରେ ଲଢେଇ। ତେବେ ମାମଲାର ଶୁଣାଣି ପାଇଁ ଦୁଇଜଣ ମାଲିକଙ୍କ ସହ କୋର୍ଟରେ ହାଜର ହୋଇଛି ଗାଈ। ତେବେ କୋର୍ଟରେ ଗାଈକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ ।

ରାଜସ୍ଥାନ ଯୋଧପୁରର ମନ୍ଦୋର ପୋଲିସ ଷ୍ଟେସନର କନେଷ୍ଟବଳ ଓମ ପ୍ରକାଶ ଏବଂ ସେହି ଅଞ୍ଚଳର ଶିକ୍ଷକ ଶ୍ୟାମ ସିଂଙ୍କ ଭିତରେ ଗୋଟିଏ ଗାଈକୁ ନେଇ ଚାଲିଥିଲା ଲଢେଇ। ତେବେ ତାଙ୍କର ଏହି ଲଢେଇ ପ୍ରଥମେ ଥାନା ଓ ପରେ କୋର୍ଟରେ ପହଞ୍ଚିଥିଲା । ଗତକାଲି ଏହି ମାମଲାର ଥିଲା ଶୁଣାଣି । ତେବେ ବାଛୁରୀକୁ ଧରି କୋର୍ଟରେ ପହଞ୍ଚିଥିଲା ଗାଈ। ଓକିଲ ସତ ପରୀକ୍ଷା କରିବା ପାଇଁ ଏହି ଗାଈ ସାମନାରେ ଦୁଇ ମାଲିକଙ୍କୁ ଠିଆ କରି ଡାକିବା ପାଇଁ କହିଥିଲେ। କିନ୍ତୁ ଗାଈଟି କାହା କଥା ବି ଶୁଣି ନଥିଲା କି କାହା ପାଖକୁ ଯାଇନଥିଲା।

ତେବେ ଘଟଣାର କିଛି ସମାଧାନ ନହେବାରୁ ଏହି ମାମଲାର ଶୁଣାଣି ଆସନ୍ତା 15 ତାରିଖକୁ ଘୁ଼ଞ୍ଚାଯାଇଥିବା ସୂଚନା ମିଳିଛି। ମେଟ୍ରୋପଲିଟନ କୋର୍ଟ ଏହି ମାମଲାର ଯାଚିକା ପ୍ରଥମେ ଖାରଜ କରିଥିଲା। ହେଲେ ସେସନ କୋର୍ଟ ଏହି ମାମଲର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.