ETV Bharat / bharat

କୋରୋନା ପାଇଁ ବ୍ୟାପକ ପ୍ରସ୍ତୁତି, 3 ଭାଗ ହେଲା ସ୍ବାସ୍ଥ୍ୟ ସୁବିଧା - କୋରୋନା ପାଇଁ ସ୍ବାସ୍ଥ୍ୟ ସୁବିଧା ହେଲା 3 ଭାଗ

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥିଲାଗି ସ୍ବାସ୍ଥ୍ୟ ସୁବିଧାକୁ 3 ଭାଗରେ ବିଭକ୍ତ କରାଯାଇଛି । ଏହି ଡାକ୍ତରଖାନା ମାନଙ୍କରେ ଆଇସିୟୁ, ଭେଣ୍ଟିଲେଟର ଏବଂ ଶଯ୍ୟା ସହିତ ଏକ ଅକ୍ସିଜେନ ସହାୟତାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ପାଇଁ ବ୍ୟାପକ ପ୍ରସ୍ତୁତି, 3 ଭାଗ ହେଲା ସ୍ବାସ୍ଥ୍ୟ ସୁବିଧା

author img

By

Published : May 11, 2020, 12:21 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ କୋରୋନା ସହିତ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ଏବଂ ଏହା ଅଧୀନରେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ସୁବିଧା କରାଯାଇଛି । ଏହି କ୍ରମରେ ସ୍ବାସ୍ଥ୍ୟ ସୁବିଧାକୁ 3 ଭାଗରେ ବିଭକ୍ତ କରାଯାଇଛି ।

ଡାକ୍ତରଖାନାରେ କୋରୋନା ପଜିଟିଭ ମାମଲା ଏବଂ ସନ୍ଦିଗ୍ଧଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନ କରାଯାଇଛି । ଏହି ଡାକ୍ତରଖାନା ମାନଙ୍କରେ ଆଇସିୟୁ, ଭେଣ୍ଟିଲେଟର ଏବଂ ଶଯ୍ୟା ସହିତ ଏକ ଅକ୍ସିଜେନ ସହାୟତାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଡେଡିକେଟେଡ କୋଭିଡ ହେଲଥ ସେଣ୍ଟର(ଡିସିଏଚସି) ଏବଂ ଡେଡିକେଟେଡ କୋଭିଡ କେୟାର ସେଣ୍ଟର(ଡିସିସିସି) ପାଇଁ ରେଫରାଲ ସେଣ୍ଟର ଭାବରେ କାର୍ଯ୍ୟ କରିବ ।

ସନ୍ଦିଗ୍ଧ ଏବଂ ପଜିଟିଭ ମାମଲା ପାଇଁ ଏହି କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ପୃଥକ ଜୋନ୍ ରହିଛି । ଡିସିଏଚସି କେବଳ ସେହି ମାମଲାକୁ ଦେଖିବ ଯେଉଁମାନଙ୍କର କୋଭିଡ ଲକ୍ଷଣ ସାମାନ୍ୟ ଦେଖାଯାଉଥିବ । ଏହି ସୁବିଧା ଅସ୍ଥାୟୀ ଅଟେ । ହଷ୍ଟେଲ, ହୋଟେଲ, ସ୍କୁଲ, ଷ୍ଟାଡିୟମ୍, ଲଜ୍ ଇତ୍ୟାଦି ସ୍ଥାନରେ ଏହି ହସ୍ପିଟାଲ ସ୍ଥାପିତ କରାଯିବାର ସମ୍ଭାବନା ରହିଛି । ଏହା ସାର୍ବଜନୀନ ଏବଂ ବ୍ୟକ୍ତିଗତ ।

ସୂଚନା ଥାଉକି ଭାରତରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା 62939 କୁ ପହଞ୍ଚିଛି । ଏଥିସହିତ 19,357 ଏହି ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 3277 ଟି ନୂଆ ସଂକ୍ରମିତ ହୋଇଥିବାବେଳେ 1511 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂକ୍ରମଣରେ ଏପର୍ଯ୍ୟନ୍ତ ଭାରତରେ 2109 ରୋଗୀଙ୍କର ମୃତ୍ୟୁ ହୋଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.