ନୂଆଦିଲ୍ଲୀ: ଦେଶରେ କୋରୋନା କହର। ଦ୍ରୁତ ଗତିରେ ବଢିଚାଲିଛି ସଂକ୍ରମଣ ହାର। ପରିସ୍ଥିତି ସଙ୍ଗୀନ ହେଉଥିବା ବେଳେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି ପଜିଟିଭ୍ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନା ସଂକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ପାର କରିସାରିଛି ।
ଏହାସହ 24 ଘଣ୍ଟାରେ 19,906 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 410 ଜଣଙ୍କ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ଦେଶରେ କୋରୋନା ମାମଲା ୫ ଲକ୍ଷ ୮ ହଜାର ୯୫୩ରେ ପହଁଞ୍ଚି ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ବର୍ତ୍ତମାନ ଭାରତରେ ପଜିଟିଭ୍ ମାମଲା 5,28,859 ରେ ରହିଛି, ଯେଉଁଥିରେ 2,03,051 ସକ୍ରିୟ ମାମଲା, 3,09,713 ଆରୋଗ୍ୟ ରହିଛି। ଏହାସହ ମୃତ୍ୟୁସଂଖ୍ୟା 16,095ରେ ପହଁଞ୍ଚିଛି। ଶୁକ୍ରବାର ମହାରାଷ୍ଟ୍ରରୁ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।