ETV Bharat / bharat

ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ଟିକା: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jan 17, 2021, 6:06 PM IST

ଦେଶରେ ଟିକାକରଣ ଆରମ୍ଭ ହୋଇ ସାରିଥିବାବେଳେ ସମସ୍ତଙ୍କ ପାଇଁ ଟିକା ଗ୍ରହଣ କରିବା ବାଧ୍ୟତା ମୂଳକ ନୁହେଁ ବୋଲି କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ.....

ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ଟୀକା : ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଟୀକାକରଣ ଆରମ୍ଭ ହୋଇ ସାରିଥିବାବେଳେ ସମସ୍ତଙ୍କ ପାଇଁ ଟୀକାଗ୍ରହଣ କରିବା ବାଧ୍ୟତାମୂଳକ ନୁହେଁ । ଜଣେ ବ୍ୟକ୍ତି ଚାହିଁଲେ ଏହା ନେଇ ପାରିବେ କିନ୍ତୁ ଏଥିପାଇଁ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । ଏହା ତାଙ୍କର ଇଚ୍ଛାଧୀନ ବ୍ୟାପାର ବୋଲି କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ ।

ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଟିକାଦାନ 81 ସାଇଟରେ ଆରମ୍ଭ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ଅନୁସାରେ ପ୍ରାୟ 4 ହଜାର 317 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟର ସୂଚନା ଅନୁସାରେ ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ମାତ୍ର 53.52 ପ୍ରତିଶତ ଟିକା ଗ୍ରହଣ କରିଛନ୍ତି । ରାଜ୍ୟ ସରକାର 8,100 କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରିବାକୁ ଲକ୍ଷ ରଖିଥିବା କଥା ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ।

ବର୍ତ୍ତମାନ ଦିଲ୍ଲୀରେ 81 କେନ୍ଦ୍ରରେ ଟୀକାକରଣ ଚାଲିଥିବାବେଳେ ଆଗାମୀ ପର୍ଯ୍ୟାୟରେ ଏହି କେନ୍ଦ୍ର ସଂଖ୍ୟା 215 କୁ ବୃଦ୍ଧି କରାଯିବା ଯୋଜନା କରୁଛନ୍ତି ଦିଲ୍ଲୀ ସରକାର । ଟିକା ଗ୍ରହଣ କରିବେ କି ନାହିଁ ତାହା ଦିଲ୍ଲୀବାସୀଙ୍କ ଉପରେ ଛଡା ଯାଇଥିବା କଥା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଦିଲ୍ଲୀରେ ହୋଇଥିବା ଟିକାଦାନରେ ମୋଟ 4 ହଜାର 317 ଜଣ ସ୍ବାସ୍ଥ୍ୟ କର୍ମୀ ଏହି ଟିକା ଗ୍ରହଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ 51 ଜଣ ବ୍ୟକ୍ତିଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ପରିଲକ୍ଷିତ ହୋଇଛି । ଜଣେ 22 ବର୍ଷୀୟ ସିକ୍ୟୁରିଟି ଗାର୍ଡ ଟିକା ଗ୍ରହଣ କରିବା ପରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଟୀକା ବାବଦରେ ଗୁଜବ ନ କରିବା ଓ କିମ୍ବା ଗୁଜବରେ ବିଶ୍ବାସ ନ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ମହାନଗର ନିଗମ ଅଧିନରେ ଆସୁଥିବା ସରକାରୀ ହସ୍ପିଟାଲ ଗୁଡିକରେ ଧାରଣା ଓ ଆନ୍ଦୋଳନ ଚାଲିଥିବାରୁ ଏହି ଟୀକାକରଣ ଅଭିଯାନରେ ସାମିଲ ହୋଇନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.