ETV Bharat / bharat

2 ଦିନରେ ଥରେ ପରୀକ୍ଷଣ ରୋକିବ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ମଧ୍ୟରେ କୋଭିଡ ସଂକ୍ରମଣ - Covid spread can be contained in US universities with students testing every 2 days

ମହାମାରୀ କୋରୋନାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଆମେରିକାରେ । ତେବେ ଶୁକ୍ରବାର ଦିନ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଯଦି ପ୍ରତି ଦୁଇ ଦିନରେ ଛାତ୍ରଛାତ୍ରୀଙ୍କ କୋରୋନା ପରୀକ୍ଷା କରାଯାଏ ତେବେ ଆମେରିକାର ବିଶ୍ୱବିଦ୍ୟାଳୟରେ କୋରୋନା ବିସ୍ତାର ନିୟନ୍ତ୍ରଣ କରାଯାଇପାରିବ। ଅଧିକ ପଢନ୍ତୁ...

2 ଦିନରେ ଥରେ ପରୀକ୍ଷଣ ରୋକିବ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ମଧ୍ୟରେ କୋଭିଡ ସଂକ୍ରମଣ

author img

By

Published : Aug 2, 2020, 4:50 PM IST

ୱାଶିଂଟନ୍: ସାରା ବିଶ୍ବରେ ଏବେ ଆତଙ୍କ ରଚାଇଛି ମହାମାରୀ କୋରୋନା । ଆଉ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଆମେରିକାରେ । ତେବେ ଶୁକ୍ରବାର ଦିନ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଯଦି ପ୍ରତି ଦୁଇ ଦିନରେ ଛାତ୍ରଛାତ୍ରୀଙ୍କ କୋରୋନା ପରୀକ୍ଷା କରାଯାଏ ତେବେ ଆମେରିକାର ବିଶ୍ୱବିଦ୍ୟାଳୟରେ କୋରୋନା ବିସ୍ତାର ନିୟନ୍ତ୍ରଣ କରାଯାଇପାରିବ। ୟାଲେ ସ୍କୁଲ ଅଫ୍ ପବ୍ଲିକ୍ ହେଲଥ୍, ହାର୍ଭାର୍ଡ ମେଡିକାଲ୍ ସ୍କୁଲ୍ ଏବଂ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଏହି ଅଧ୍ୟୟନ ଜାମା ନେଟୱାର୍କ ଓପନରେ ପ୍ରକାଶ ପାଇଛି ବୋଲି ୱାଶିଂଟନ୍ ପୋଷ୍ଟ ରିପୋର୍ଟ କରିଛି।

ତେବେ ଏହି ଅଧ୍ୟୟନରେ 5,000 ଛାତ୍ରଙ୍କୁ ନେଇ ଏହି ହାଇପୋଥେଟିକାଲ୍ ଗୋଷ୍ଠୀ ମଧ୍ୟରେ ଭୂତାଣୁ କିପରି ବିସ୍ତାର ହୋଇପାରେ ତାହା ଦର୍ଶାଇବାକୁ କମ୍ପ୍ୟୁଟର ଅନୁକରଣ କରାଯାଇଥିଲା । ଅନୁକରଣରେ, 4,900 ଛାତ୍ର କୋରୋନା ମୁକ୍ତ ଥିବାବେଳେ 10 ଜଣ ସଂକ୍ରମିତ ବୋଲି ଅନୁମାନ କରାଯାଉଥିଲା । ଅଧ୍ୟୟନର ଆକଳନ କରାଯାଇଛି ଯେ ସ୍କ୍ରିନିଂରେ ପ୍ରତି ସେମିଷ୍ଟାରେ ପ୍ରତି ଛାତ୍ର ପିଛା 470 ଡଲାର ଖର୍ଚ୍ଚ ହେବ । ତଥାପି, ଅଧ୍ୟୟନରୁ ଜଣାପଡିଛି ଯେ ପର୍ଯ୍ୟାପ୍ତ ଉତ୍ସ ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକ ପୁନଃ ଖୋଲା ଯାଇପାରିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.