ETV Bharat / bharat

ଯାଆଁଳା ଶିଶୁ ଜନ୍ମ ଦେଲେ କୋରୋନା ଆକ୍ରାନ୍ତ ଗର୍ଭବତୀ ମହିଳା

ଗତ ମଙ୍ଗଳବାର ହାଇଦ୍ରବାଦର ଗାନ୍ଧୀ ହସ୍ପିଟାଲରେ ଜଣେ 20 ବର୍ଷୀୟ ଗର୍ଭବତୀ ମହିଳା ଦୁଇଟି ଯାଆଁଳା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।

author img

By

Published : May 27, 2020, 12:07 PM IST

_twin baby
ଯାଆଁଳା ଶିଶୁ ଜନ୍ମ ଦେଲେ କୋରୋନା ଆକ୍ରାନ୍ତ ଗର୍ଭବତୀ ମହିଳା

ହାଇଦ୍ରାବାଦ: ସି-ସେକ୍ସନ ମାଧ୍ୟମରେ ଯାଆଁଳା ଶିଶୁ ଜନ୍ମ ଦେଲେ କୋରୋନା ଆକ୍ରାନ୍ତ ଗର୍ଭବତୀ ମହିଳା । ଗତ ମଙ୍ଗଳବାର ହାଇଦ୍ରବାଦର ଗାନ୍ଧୀ ହସ୍ପିଟାଲରେ ଜଣେ 20 ବର୍ଷୀୟ ଗର୍ଭବତୀ ମହିଳା ଦୁଇଟି ଯାଆଁଳା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଦୁଇ ଯାଆଁଳା ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ପୂର୍ବରୁ ଗର୍ଭବତୀ ମହିଳା ଜଣଙ୍କ ନିଲୋଫର୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ମହିଳା ଜଣଙ୍କ ଏକ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରୁ ଆସିଥିବାରୁ ମେଡିକାଲ କର୍ତ୍ତୃପକ୍ଷ ତାଙ୍କର କୋରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ତାଙ୍କ ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ଦିଆଯାଇଥିଲା । ଯେଉଁଠାରେ ଗତ ମଙ୍ଗଳବାର ସେ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହା ଜଣାପଡିବା ପରେ ତାଙ୍କୁ ତୁରନ୍ତ ଗାନ୍ଧୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏହାପରେ ଗାନ୍ଧୀ ହସ୍ପିଟାଲର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦଳ ସି- ସେକ୍ସନ ପଦ୍ଧତିରେ ପ୍ରସବ କରାଇବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ମହିଳା ଜଣଙ୍କ ଦୁଇଟି ଯାଆଁଳା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।

ଏହା ମହିଳା ଜଣଙ୍କର ଦ୍ବିତୀୟ ପ୍ରସବ ଅଟେ । ଡାକ୍ତର କହିଛନ୍ତି ଯେ, ମହିଳାଙ୍କ ପ୍ରଥମ ପ୍ରସବ ମଧ୍ୟ ସି-ସେକ୍ସନ ମାଧ୍ୟରେ କରାଯାଇଥିଲା । ତେବେ ଯାଆଁଳା ଶିଶୁଙ୍କର ମଧ୍ୟ ଆଗାମୀ ଦୁଇ ଦିନ ମଧ୍ୟରେ କୋରୋନା ପରୀକ୍ଷା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.